ଭୁବନେଶ୍ବରରେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

Published By : Prameya-News7 Bureau | March 13, 2025 IST

ଭୁବନେଶ୍ୱର ୧୩।୩: ଭୁବନେଶ୍ବରରେ ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମାମାଳିନୀ । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବୃନ୍ଦାବନ ମହୋତ୍ସବରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ସେଥିପାଇଁ ଅଭିନେତ୍ରୀ ହେମା ଭୁବନେଶ୍ବରରେ ପହଞ୍ଚିଛନ୍ତି । 

ଗୁରୁକୂଳ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ବୃନ୍ଦାବନ ମହୋତ୍ସବ । ଏହି ଉତ୍ସବରେ ସାମିଲ ହେବେ ଡ୍ରିମ୍‌ ଗର୍ଲ ହେମା । ଏହାସହ ହୋଲି ରଙ୍ଗ ଉତ୍ସବରେ ମଧ୍ୟ ହେମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ହେମାମାଳିନୀ ଭୁବନେଶ୍ବରରେ ପହଞ୍ଚିଥିଲେ । ସେ ପଦ୍ମଭୂଷଣ, ପଦ୍ମ ବିଭୂଷଣ ହରିପ୍ରସାଦ ଚୌରାଶିଆଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ସେଠାରେ ବୃକ୍ଷରୋପଣ ମଧ୍ୟ କରିଥିଲେ ହେମା ।

You Can Read:

ପାଣ୍ଡେରାରେ ସ୍ଥାପନ ହେବ ଆଧୁନିକ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦କୋଟି ଟଙ୍କା


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.