ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମିଳିଲା ବୋମା ଧମକ, ପୋଲିସ୍‌ର ଛାନଭିନ୍‌ ଆରମ୍ଭ

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ ୧୩।୧୨; ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ବିସ୍ଫୋରଣ ଧମକ । ରଷିଆନ୍ ଭାଷାରେ ଅଫିସିଆଲ୍ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ । ଏନେଇ ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଜଣେ ଅଜଣା ଯୁବକଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଆସିଥିଲା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର କେୟାର ନମ୍ବରକୁ ଏକ ଫୋନ କଲ ଆସିଥିଲା । ଧମକ ଦେଉଥିବା ବ୍ୟକ୍ତି ନିଜକୁ ଲଶ୍କର-ଇ-ତାଇବା ର ସିଇଓ ବୋଲି ପରିଚୟ ଦେଇଥିଲେ। ଏପରିକି ଉକ୍ତ ବ୍ୟକ୍ତି ଜଣଙ୍କ ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ।

ଏହାବ୍ୟତୀତ  ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ଦିଲ୍ଲୀର ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା ପାଇଁ ଇ‌-ମେଲ୍‌ର ରିପ୍ଲାଏ କର। ଧମକ ମିଳିଥିବର ବିଦ୍ୟାଳୟଗୁଡ଼ିକରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମୟୂର ବିହାରର ସାଲୱାନ୍ ପବ୍ଲିକ୍ ସ୍କୁଲ୍ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲ୍ ଅନ୍ତର୍ଭୁକ୍ତ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.