ଯାଜପୁରରେ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ପ୍ରତିଦିନ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

Published By : Prameya-News7 Bureau | January 16, 2025 IST

ଚଣ୍ଡିଖୋଲ ୧୬।୦୧ : ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ପାଇଁ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଉତ୍ସବ ମୁଖର । ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ତଥା ହୀରକ ତ୍ରିଭୁଜ କହୁଯାଉଥିବା ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୀଠ ଚଳଚଞ୍ଚଳ । ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ରଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ସମଗ୍ର ପରିବେଶ । ପ୍ରତ୍ୟେହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।  

ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ଚାଲିଛି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହୋଇ ଉଠୁଛି ସମଗ୍ର ପରିବେଶ।ସମାରୋହରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ ଓ ପ୍ରତିନିଧି ମଣ୍ଡଳୀ ପବିତ୍ର ଧର୍ମଗ୍ରନ୍ଥ ପାଠ କରୁଛନ୍ତି । ଉଦୟଗିରିର ମାଧବପୁର ବୌଦ୍ଧ ବିହାର ଅଗଣାରେ ବିନୟ ପିଟକ ଗ୍ରନ୍ଥର ଅଧ୍ୟାୟ ପାଠ କରାଯାଉଛି। 

ସେହିପରି ମହାସ୍ତୁପର ପଛ ପାର୍ଶ୍ଵରେ ଆହୋରାତ୍ର ଶତାଧିକ ଦୀପ ପ୍ରଜ୍ବଳିତ କରି ରଖାଯାଇଛି। ମହାବିହାରକୁ ଯାଇଥିବା ରାସ୍ତାରେ ଅସ୍ଥାୟୀ ତମ୍ବୁ ଶିବିର କରାଯାଇଛି। ସାରାରାତି ସେଠାରେ ପ୍ରାର୍ଥନା ସହିତ ବୌଦ୍ଧ ଭିକ୍ଷୁ ମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଏପଟେ ବୌଦ୍ଧ ସମ୍ମିଳନୀ ପାଇଁ ପର୍ଯ୍ୟଟକ ଓ ବୌଦ୍ଧ ପ୍ରେମୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଉଦୟଗିରି ଠାରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ୧୭ଟି ରାଷ୍ଟ୍ରରୁ ପାଖାପାଖି ୧୫ଶହ ବୌଦ୍ଧ ସନ୍ୟାସୀ ଯୋଗଦେଇଥିବା ବେଳେ ସେମାନଙ୍କୁ ଆତିଥ୍ୟ ଦେବା ସହ ରହଣୀ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ସୁରକ୍ଷାକର୍ମୀଙ୍କୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.