LIVE TV

ଲଞ୍ଚ ହେଲା iQOO 15: ପାୱାରଫୁଲ ପ୍ରୋସେସର ସହ ବଡ଼ ବ୍ୟାଟେରୀ, ରହିଛି ଏକାଧିକ ନୂଆ ଟେକ୍ନୋଲୋଜୀ

NEWS7
brown-sugar-peddler-arrested-in-baliguda-of-kandhamal

ନୂଆଦିଲ୍ଲୀ: ଚୀନରେ ଲଞ୍ଚ ହେବାର ମାସେ ପରେ ଭାରତରେ ଲଞ୍ଚ ହୋଇଛି iQOO 15 ସ୍ମାର୍ଟଫୋନ୍। realme gt8 pro ଓ OnePlus 15 ପରେ ଏହା ତୃତୀୟ ସ୍ମାର୍ଟଫୋନ ଯେଉଁଥିରେ ଆପଣଙ୍କୁ Snapdragon 8 Elite Gen 5 ପାୱାରଫୁଲ ଚିପସେଟ୍ ମିଳିବ। 12 GB+256GB ଓ 16 GB+256GB ଦୁଇଟି ମୋଡେଲ୍‌ରେ ଲଞ୍ଚ ହୋଇଥିବା iQOO 15 ଏଥର ଟିକେ ମହଙ୍ଗା ରହିଛି। ତେବେ ଏଥିରେ ଫିଚର୍ସ ସବୁ କଣ ରହିଛି ଆସନ୍ତୁ ଜାଣିବା।

144fpsର ପାୱାରଫୁଲ୍ ଗେମିଂ ସ୍ମାର୍ଟଫୋନ କୁହାଯାଉଥିବା iQOO 15 ୭୦୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି। iQOO 15 OriginOS 6ରେ ଚାଲିବ ବୋଲି କମ୍ପାନୀ ଘୋଷଣା କରିଛି। କମ୍ପାନୀର ଦାବି ଅନୁସାରେ, iQOO 15 ରେ ହେଉଛି ପ୍ରଥମ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯେଉଁଥିରେ Samsung 2K M14 LEAD OLED ଡିସପ୍ଲେ ରହିଛି। ଗେମ ଖେଳୁଥିବା ସମୟରେ ଫୋନକୁ କୁଲ୍ ରଖିବାକୁ ଏଥିରେ ସବୁଠାରୁ ବଡ଼ ସିଙ୍ଗଲ୍ ଲେୟର୍ VC କୁଲିଂ ସିଷ୍ଟମ୍ ଦିଆଯାଇଛି। ଏଥିରେ ଥିବା ଆଟୋମିକ ଆଇସଲାଣ୍ଡ ସ୍କ୍ରିନରେ ଲାଇଭ୍ ଆଲର୍ଟ ଦେଖାଇବ ଏବଂ ୟୁଜର ଏହାଦ୍ୱାରା ଷ୍ଟପୱାଚ୍ ଆରମ୍ଭ କିମ୍ବା ବନ୍ଦ କରିବା ଏବଂ ମ୍ୟୁଜିକ ପ୍ଲେବ୍ୟାକ୍ ଅପରେଟକୁ ନିୟନ୍ତ୍ରଣ କରିପାରିବେ।

ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟ୍ ଅପ୍ ଦିଆଯାଇଛି। ଗୋଟିଏ ୫୦ ମେଗାପିକ୍ସେଲର Sony IMX 921 ଅଲଟ୍ରା-ଷ୍ଟେବିଲ୍ ମେନ୍ କ୍ୟାମେରା, 100x ଡିଜିଟାଲ୍ ଜୁମ୍ ସହିତ ଏକ ୫୦ ମେଗାପିକ୍ସେଲର ପେରିସ୍କୋପ୍ ଟେଲିଫୋଟୋ, ଏବଂ ଏକ ୫୦ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ରହିଛି। ସେହିପରି ୩୨ ମେଗାପିକ୍ସେଲର ସେଲଫୀ କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ, ଏଥିରେ ଡଲବି ଭିଜନ୍ ଏବଂ ୱାୟାରଲେସ୍ ଚାର୍ଜିଂ ସହ ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସ ରେଟିଂ ରହିଛି। ନଭେମ୍ବର ୨୮ ତାରିଖରୁ ଫୋନ୍ ଆମାଜାନରେ ଉପଲବ୍ଧ ହେବ।

ଫୋନର ଆଉ ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଏହାର ୧୦୦ୱାଟ ଫ୍ଲାସଚାର୍ଜିଂ ସିଷ୍ଟମ। ଯାହା ଫୋନକୁ କିଛି ମିନିଟ୍ ମଧ୍ୟରେ ଚାର୍ଜ କରିଦେବ ବୋଲି ଆଶା କରାଯାଉଛି। iQOO 15 ତିନୋଟି ଆକର୍ଷଣୀୟ ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ - ଲିଜେଣ୍ଡ, ଆଲଫା ଏବଂ ଗ୍ରେ। ଏହି ଫ ଫୋନ ୧ ଡିସେମ୍ବର ୨୦୨୫ ରୁ ବିକ୍ରି ପାଇଁ ଉପଲବ୍ଧ ହେବ।

iQOO 15 ର 12GB + 256GB ଭାରିଆଣ୍ଟର ମୂଲ୍ୟ ୭୨,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ 16GB + 512GB ମଡେଲର ମୂଲ୍ୟ ୭୯,୯୯୯ ଟଙ୍କା ରଖାଯାଇଛି। ତେବେ ଗ୍ରାହକ ଏଥିରେ ୭,୦୦୦ ଟଙ୍କାର ତୁରନ୍ତ ରିହାତି କିମ୍ବା ୭,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ସହିତ ଅତିରିକ୍ତ ୧,୦୦୦ ଟଙ୍କାର କୁପନ୍ ରିହାତି ପାଇପାରିବେ।

iQOO 15 ର ଫୁଲ୍ ସ୍ପେସିଫିକେସନ୍

ଡିସ୍ପ୍ଲେ: ୬.୮୫ ଇଞ୍ଚ AMOLED 3168 x 1440 ରିଜୋଲ୍ୟୁସନ୍ ସହିତ
ଅପରେଟିଂ ସିଷ୍ଟମ୍: Android 16.0
RAM: ୧୨/୧୬ ଜିବି
ପ୍ରୋସେସର୍: ୪.୬ GHz ସ୍ନାପଡ୍ରାଗନ୍
ଷ୍ଟୋରେଜ୍: 256/512 GB
ସିମ କାର୍ଡ ସ୍ଲଟ୍: ନାନୋ, ଡୁଆଲ୍ ସିମ୍
ଫିଚର୍ସ ଗୁଡ଼ିକ ହେଲା: ଡୁଆଲ୍ ଷ୍ଟେରିଓ ସ୍ପିକର୍, ଜଳ ପ୍ରତିରୋଧୀ, ୱାୟାରଲେସ୍ ଚାର୍ଜିଂ
କ୍ୟାମେରା: 32 ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା, ତିନୋଟି ୫୦ ମେଗାପିକ୍ସେଲର ରିୟର କ୍ୟାମେରା
ବ୍ୟାଟେରୀ: ୭୦୦୦ mAh ଲିଥିୟମ୍-ଆୟନ୍
ଡାଇମେନସନ: 16.4 x 7.7 x 0.8 ସେଣ୍ଟିମିଟର
ନାଭିଗେସନ୍: GPS
କେନେକ୍ଟିଭିଟି: 5G, ବ୍ଲୁଟୁଥ୍, ୟୁଏସବି ୩.୨ ଜେନ୍ ୧