ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ବୁଧିଆ ମାଛ, ଓଜନ ୬୦ କେଜି

Published By : Prameya-News7 Bureau | July 10, 2024 IST

ସମ୍ବଲପୁର ୧୦।୭: ମହାନଦୀରେ ମତ୍ସ୍ଯଜୀବୀଙ୍କ ଜାଲରେ ପଡିଲା ବିରାଟକାୟ ମାଛ । ସମ୍ବଲପୁର ବୁର୍ଲା ସାଇଫନ ଅଞ୍ଚଳରେ ମତ୍ସ୍ଯଜୀବୀ ଧରିଲେ ୬୦ କେଜିର ମାଛ । ମତ୍ସ୍ଯଜୀବୀ ଧରିଥିବା ମାଛର ନାଁ ବୁଧିଆ ମାଛ ବୋଲି ମତ୍ସ୍ଯଜୀବୀ କହିଛନ୍ତି । 

ସବୁଦିନ ଭଳି ମାଛ ଧରୁଥିବା ବେଳେ ହଠାତ ଏହି ବିରାଟକାୟ ମାଛଟି ଜାଲରେ ପଡିଥିଲା । ତେବେ ଜଣେ ମତ୍ସ୍ଯଜୀବୀ ଜାଲ ଟାଣିବାରେ ଅସମର୍ଥ ହେବା ପରେ ୪ରୁ ୫ ଜଣ ଜାଲ ଟାଣି ମାଛକୁ ବାହାରକୁ ଆଣିଥିଲେ । ଏହାପରେ ୨ ଜଣ ମାଛକୁ କାନ୍ଧରେ ବୋହି ବାହାରକୁ ଆଣିଥିଲେ । ପରେ ସହରର ଏକ ହୋଟେଲ ଏହାକୁ ବିକ୍ରି କରିଥିବା ଜଣାପଡିଛି ।

You Can Read:

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଭାବ ଯୋଗୁଁ ଋଣ ଟଙ୍କା ସୁଝି ପାରିନଥିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.