କଟକ ୨୫/୧୨: ବେଧଡକ ଚାଲିଛି ଷଣ୍ଢ ଚାଲାଣ । ବିଳମ୍ବିତ ରାତିରେ ଗାଡିରେ ବୋହି ନେଉଛନ୍ତି ଲୁଟେରା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ରାତି ପ୍ରାୟ ଗୋଟାଏ । କଟକ ସିଡିଏ ସେକ୍ଟର ୧୧ ଅଞ୍ଚଳର ବୀରେନ ମିତ୍ର ପାର୍କ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବୋଲେରୋ ପଛପଟେ ଷଣ୍ଢକୁ ବାନ୍ଧି ଘୋଷାଡି ନେଇଯାଉଛନ୍ତି । ଷଣ୍ଢଟି ପଡିଯିବାରୁ ତାକୁ ପୁଣି ଟେକିନେଇ ଗାଡିରେ ପୁରାଇ ଦେଉଛନ୍ତି । ଏମିତି ୨ଟି ଷଣ୍ଢକୁ ନେଉଥିବାର ଭିଜୁଆଲ କଏଦ ହୋଇଛି । ଏମିତି କି ଚାଲାଣ ହେଉଥିବା ଗାଡି ନମ୍ବରକୁ ଲୁଚାଯାଉଛି । ଏ ସଂପର୍କରେ ଡିସିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଗୋ ସେବକ ଓ ସ୍ଥାନୀୟ ବାସିନ୍ଦା । ଏହି ଘଟଣା ପ୍ରଥମ ନୁହଁ ପୂର୍ବରୁ ମଧ୍ୟ ଅନେକ ଥର ମାଫିଆମାନେ ଗାଡିରେ ଗାଈ ଓ ଷଣ୍ଢ ଚୋରି କରରୁଥିବା ନଜିର ରହିଛି ।
ଗଙ୍ଗାରେ ବୁଡ଼ ପକାଇଲେ କ'ଣ ଗରିବୀ ଦୂର ହେବ ? ମହାକୁମ୍...