ଆହତ ଭୟରେ ଅଭ୍ୟାସ ସେସନରେ ଯୋଗ ଦେଲେନି ବୁମରା, ନେଇ ସାରିଲେଣି ୧୨ ଓ୍ଵିକେଟ୍

Published By : Prameya-News7 Bureau | December 10, 2024 IST

livehindustan

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍ ଡିସେମ୍ବର ୧୪ରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ମଙ୍ଗଳବାର ସକାଳେ ଖେଳାଳିମାନେ ଆଡିଲେଡ୍‌ରେ ଝାଳବୁହା ଅଭ୍ୟାସ୍ କରିଛନ୍ତି। କିନ୍ତୁ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟ୍ରେନିଂ ସେସନରେ ଯୋଗ ଦେଇ ନାହାନ୍ତି। ଏହାର କାରଣ କାର୍ଯ୍ୟଚାପକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ରାମ ଦିଆଯାଇଛି। ସିରିଜ୍‌ରେ ଆଉ ତିନୋଟି ମ୍ୟାଚ୍ ଥିବାରୁ ଏହା ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଏଥିରେ ଯଶପ୍ରୀତ ବୁମରାଙ୍କ ଭୂମିକା ବହୁତ ଅଧିକ ରହିଛି।

ପ୍ରଥମ ଦୁଇଟି ମ୍ୟାଚ୍‌ ଏହି ତାରକା ଦ୍ରୁତ ବୋଲର ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଡୁଆରେ ପକାଇଛନ୍ତି। କିନ୍ତୁ ବୋଲିଂରେ ତାଙ୍କୁ ଅନ୍ୟ ପାର୍ଶ୍ଵରୁ ସେତେ ସହାୟତା ମିଳୁ ନ ଥିବାରୁ ତାଙ୍କ ଉପରେ ଅଧିକ ଚାପ ରହୁଛି। ପୁଣି ସିରିଜ୍‌ ଆଗକୁ ଆହୁରି ରୋଚକ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଭାରତ ୨୯୫ ରନରେ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଛି। ତୃତୀୟ ମ୍ୟାଚ୍ ପାଇଁ ଶୀଘ୍ର ଭାରତୀ ଦଳ ବ୍ରିସବେନ ଅଭିମୁଖେ ଯାତ୍ରା କରିବ। 

Also read: ମାତ୍ର ଅଢେଇ ଦିନରେ ସରିଗଲା ଦ୍ୱିତୀୟ ଟେଷ୍ଟ, ଯୋଡିହେଲା ନୂଆ ରେକର୍ଡ

ଦ୍ଵିତୀୟ ମ୍ୟାଚ୍‌ରେ ବୁମରାଙ୍କୁ କ୍ରାମ୍ପ ଆସିଥିଲା। ଏହି କାରଣରୁ କିଛି ସମୟ ପାଇଁ ଭାରତୀୟ ଦଳର  ନିଃଶ୍ଵାସ ଅଟକି ଯାଇଥିଲା। ତେବେ ମ୍ୟାଚ୍ ପରେ କୋଚ୍ ସ୍ପଷ୍ଟ କରିଥିଲେ ଯେ, ବୁମରାଙ୍କୁ ସାମାନ୍ୟ ଆଘାତ ଲାଗିଛି। ଦଳ ଏହାକୁ ଅଣଦେଖା କରି ପାରିବ ନାହିଁ। କାରଣ ବୁମରା ଦଳ ପାଇଁ ବହୁତ ଜରୁରୀ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ଦମଦାର ବୋଲିଂ କରି ୧୪ ଓ୍ଵିକେଟ୍ ନେଇ ସାରିଲାଣି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.