ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ

Published By : Prameya-News7 Bureau | June 15, 2024 IST

ଖୋର୍ଦ୍ଧା ୧୫।୦୬ : ଓଲଟିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ । ଶନିବାର ସକାଳ ସମୟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଡାହଣ ପଟକୁ ଓଲଟି ପଡିଥିଲା । ଯାହାଫଳରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳର ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ଭଳି ପରିସ୍ଥିତିରେ ଏବଂ କାହା ଭୁଲ୍‌ ଲାଗି ବସ୍‌ଟି ଦୁର୍ଘଟଣାର ଶିକାର ହୋଇଛି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.