କୋରାପୁଟରେ ଗଡିଲା ବସ୍, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ

Published By : Prameya-News7 Bureau | June 15, 2024 IST

କୋରାପୁଟ ୧୫/୬: ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ । ଗଡିଲା ବସ୍‌ । କୋରାପୁଟରେ ସ୍ବାଭାବିକ ହୋଇଛି ବସ୍‌ ଚଳାଚଳ । ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ଜିଲ୍ଲାର ସବୁ ରୁଟ୍‌କୁ ବସ୍‌ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଥିଲା ଜିଲ୍ଲା ପ୍ରଶାସନ । ଯାତ୍ରୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଶୁକ୍ରବାର ସଂଧ୍ୟାରେ ବସ୍‌ ଚଳାଚଳକୁ ନେଇ ବସ୍‌ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଧାରଣାରେ ବସିଥିଲା କର୍ମଚାରୀ ସଂଘ । ବସ୍‌ ଧର୍ମଘଟ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.