ନବରଙ୍ଗପୁର ୧୫।୦୧ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣି ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଏବଂ ପାଇପ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଡେଜି ନାମକ ଏକ ଘରୋଇ ବସ୍ ସମ୍ବଲପୁରରୁ ଦାମନଯୋଡି ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ମାନେ କର୍ଣ୍ଣାଟକରୁ ରାୟଗଡ଼ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ଟି ଧକ୍କା ପରେ ରାସ୍ତା କଡ଼କୁ ଓଲଟି ପଡିଥିଲା । ଯେଉଁଥିରେ ବସ୍ରେ ଥିବା ଏକାଧିକ ଯାତ୍ରା ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ହେଲେ ଗୀତ ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି, ଦିପେନ୍ଦ୍ର ବେହେରା ରହିଛନ୍ତି ।
ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଧାରୁଆ ଛୁରୀରେ କଲା ଶାଶୁକୁ ଆକ୍ରମଣ
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦୁର୍ଘଟଣା ପରେ ଜାତୀୟ ରାଜପଥ ଉପରେ ପାଇପ ଗୁଡି ପଡିରହିଛି । ଯାହାଫଳରେ ରାସ୍ତାରେ ଯିବାଆସିବାରେ ଅସୁବିଧା ହେଉଛି ।
ଶିଢି ଲଗାଇ ଘରେ ପଶିଲା ପୋଲିସ, ଏମିତି ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି