କଟକରେ ବଡ଼ ଅଘଟଣ, ଗାତ ଖୋଳା ବେଳେ ପାଇପ ଫାଟି ଗ୍ୟାସ୍ ଲିକ୍

NEWS7
bus-turns-over-in-kanjipani-ghati-of-keonjhar-district

କଟକ ୧୯।୦୧ : ଗ୍ୟାସ୍ ପାଇପ୍ ଲିକ୍ । କଟକ ସିଡିଏ-୧୦ ପରିବା ମାର୍କେଟ ନିକଟରେ ଥିବା ଏକ ପାଇପ୍ ଫାଟି ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗେଲର ଗାଡ଼ି ଆସି ଲିକକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି ।

ଖବର ଅନୁଯାୟୀ, କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ ନିକଟରେ ଥିବା ପାଇପ ଫାଟି ଗ୍ୟାସ୍ ଲିକ୍ ହୋଇଛି। ମାର୍କେଟ ନିକଟରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଓ ଗାତ ଖୋଳା ବେଳେ ଡ୍ରୋଜର ମାଡ଼ରେ ଗ୍ୟାସ୍ ପାଇପ ଫାଟି ଯାଇଥିଲା । ଯାହାପରେ ଗ୍ୟାସ୍ ଲିକ୍ ହୋଇ ଉପରକୁ ଉଠିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗେଲ ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ହେଉଥିବା ସ୍ଥାନକୁ ନୀରିକ୍ଷଣ କରୁଛନ୍ତି । ଗ୍ୟାସ୍ ଲିକକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ଉଭୟ ଟିମ୍ ।