ଭୁବନେଶ୍ବର ୧୯।୪: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ୍ ବାୟୋ ସିଏନଜି ପ୍ରାଇଭେଟ୍ ଲିମିଟେଡର ମାଲିକ ବୋଲି ଜଣାପଡିଛି । ତାଙ୍କ ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ । ସେ ମଙ୍ଗଳବାର ଦିନ କର୍ପୋରେଟ୍ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।
ଗୁରୁବାର ଅପରାହ୍ନରେ ମୈତ୍ରୀବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଏହି ଶିଳ୍ପପତି ଜଣକ ସବୁ ମାସ ପରି ଭୁବନେଶ୍ୱରରେ ଏକ କର୍ପୋରେଟ୍ ମିଟିଂ ପାଇଁ ଆସିଥିଲେ ।
ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମ୍ରେ ରହୁଥିଲେ । ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ କେମିତି ଶିଳ୍ପପତିଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
You Can Read :
ବିଜେଡିର ମିଶ୍ରଣ ପର୍ବ : ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଲେ ୪୦ରୁ ଉର୍ଦ୍ଧ୍ବ ସମର୍ଥକ ଓ ସହଯୋଗୀ