ଭିନେଶ ଫୋଗାଟ୍‌ଙ୍କ ଆବେଦନ ଅଗ୍ରାହ୍ୟ, ଭାରତର ରୌପ୍ୟ ପଦକ ଆଶା ମଉଳିଲା

Published By : Prameya-News7 Bureau | August 14, 2024 IST

aajtak

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଏବଂ କୋଟି କୋଟି ଭାରତୀୟଙ୍କୁ ନିରାଶ ମିଳିଛି। ଭିନେଶଙ୍କ ଆବେଦନକୁ ସିଏଏସ ଅଗ୍ରାହ୍ୟ କରି ଦେଇଛି। ଫଳରେ ଏହି ତାରକା ରେସଲରଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ। ଆଉ ଭାରତର ଆଉ ଏକ ପଦକ ଆଶା ମଉଳିଛି। କୋର୍ଟ ଅଫ ଅର୍ବିଟ୍ରେସନ ଫୋର ସ୍ପୋର୍ଟ୍ସ ବୁଧବାର ନିଜର ଏହି ନିଷ୍ପତ୍ତି ଶୁଣାଇଛି। ଫଳରେ ଭିନେଶ ବର୍ତ୍ତମାନ ଖାଲି ହାତରେ ପ୍ୟାରିସରୁ ଫେରିବେ। ମହିଳା ୫୦ କିଗ୍ରା କୁସ୍ତିର ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଫୋଗାଟ୍।

ସିଏଏସ ଆବେଦନ ଉପରେ ଶୁଣାଣି କରି କହିଛି ଯେ, ଭିନେଶ ଫୋଗାଟ ୨୦୨୪ ଅଗଷ୍ଟ ୭ ତାରିଖରେ ଯେଉଁ ଆବେଦନ କରିଥିଲେ ତାକୁ ଅଗ୍ରାହ୍ୟ କରାଯାଉଛି। ସିଏଏସର ଏହି ନିଷ୍ପତ୍ତିରେ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭିନେଶଙ୍କ ପକ୍ଷରୁ ୪ ଆଇନଜୀବୀ ପ୍ରତିନିଧିତ୍ଵ କରିଥିଲେ। ଏହା ସହିତ ଭାରତର ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲଭେ ଓ ବିଦୁଷ୍ପତ ସିଙ୍ଘାନିଆକୁ ମାମଲାରେ ସହାୟତା ପାଇଁ ପଠାଯାଇଥିଲା।

ୟୁନାଇଟେଡ୍ ଓ୍ଵାର୍ଲ୍ଡ ରେସଲିଙ୍ଗ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବିପକ୍ଷରେ ପହିଲମାନ ଭିନେଶ ଫୋଗାଟ୍ ଯେଉଁ ଆବେଦନ କରିଥିଲେ, ତାହାକୁ ସିଏଏସ ଅଗ୍ରାହ୍ୟ କରିଛନ୍ତି। ପିଟି ଉଷା ନିରାଶ ହେବାର କାଣ ସିଏଏସ ଅନେକ ଥର ନିଷ୍ପତ୍ତି ଘୁଞ୍ଚାଇ ଚାଲିଥିଲା। ପ୍ରଥମେ ଏହି ନିଷ୍ପତ୍ତି ଅଗଷ୍ଟ ୧୩ରେ ଆସିବାର ଥିଲା, ମାତ୍ର ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଆଜି ସିଏଏସ ନିଜର ନିଷ୍ପତ୍ତି ଶୁଣାଇଛି। 

 

 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.