ପରିତ୍ୟକ୍ତ କୂଅରେ ପଡିଲା ଗାଈ, ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 14, 2024 IST

ବିନିକା ୧୪।୬: ପରିତ୍ୟକ୍ତ କୂଅରେ ପଡିଛି ଗାଈ । ଜେସିବି ମେସିନ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗ୍ରାମର ପରିତ୍ୟକ୍ତ କୂଅ ଭିତରେ କିଛି ସମୟ ହେବ ଛଟପଟ ହେଉଛି ଗାଈ l ସ୍ଥାନୀୟ ଲୋକେ ଦେଖିବା ପରେ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ କୂଅ ନିକଟରେ ଗାତ କରି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି l କୂଅ ଭିତରେ ଗାଈର ଅବସ୍ଥା ଗୁରୁତର ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଛି l

You Can Read :

ଢେଙ୍କାନାଳ ଶାସନ ଛକ ନିକଟରେ ଅଘଟଣ : ମାଟି କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.