ଗଞ୍ଜେଇ ଚୋରା ଚାଲାଣରେ ମହିଳା, ପୁଳା ପୁଳା ଗଞ୍ଜେଇ ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
cbse-first-round-examination-will-heald-in-february

ଭଦ୍ରକ ୦୭।୦୩ : ଗଞ୍ଜେଇ ଚୋରା ଚାଲାଣରେ ମହିଳା। ୩ ମହିଳା ସମେତ ୪ ଜଣଙ୍କ ଅଟକ ରଖିଛି ପୋଲିସ। ସେମାନଙ୍କ ନିକଟରୁ ୨୪ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ରେଳ ଷ୍ଟେସନ ନିକଟସ୍ଥ ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଛି ଏହି ଗଞ୍ଜେଇ ।

ଖବର ଅନୁଯାୟୀ, ଚରମ୍ପା ଅଞ୍ଚଳରେ ଚୋରା ମଦ, ବ୍ରାଉନସୁଗାର ଓ ଗଞ୍ଜେଇ ବେପାରର ପେଣ୍ଠସ୍ଥଳ ପାଲିଟିଛି। ଏହି ଅଞ୍ଚଳରେ ଅନେକ ଚୋରାରେ ଗଞ୍ଜେଇ ବେପାର କରୁଛନ୍ତି। ଭଦ୍ରକ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହାତରେ ଏହି ଗଞ୍ଜେଇ କାରବାର ଧରାପଡ଼ିଛି। ପୋଲିସ ଚଢାଉରେ ୨୪ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ଅଟକ ରଖିଛି । ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ରହିଛନ୍ତି, ବାକି ଜଣେ ପୁରୁଷ ରହିଥିବା ଜଣାପଡିଛି । ଏହି ଚୋରା ଗଞ୍ଜେଇ କାରବାରରେ ଆଉ କେଉଁମାନ ସଂପୃକ୍ତ ଅଛନ୍ତି । ସେମାନଙ୍କ ସଂପର୍କରେ ଖୋଳତାଡ଼ା ଜାରି ରଖିଛି ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କ ହେବ ବୋଲି ପୋଲିସ ସୂଚନା ଦେଇଛି ।