ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦଯାପିତ, ଅଂଶ ଗ୍ରହଣ କରିଥିଲେ ଦେଶ ଓ ବିଦେଶର ୩୫୦ରୁ ଉର୍ଦ୍ଧ୍ବ ନୃତ୍ୟ ଶିଳ୍ପୀ

NEWS7
cbse-releases-new-syllabus-for-classes-10th-and-12th

ଭୁବନେଶ୍ବର: ଉଦଯାପିତ ହୋଇଛି ଭୁବନେଶ୍ୱରରେ ଚାଲିଥିବା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ। ୫ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ନୃତ୍ୟ ଶିଳ୍ପୀମାନେ ଯୋଗ ଦେଇଥିଲେ।ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିବା ନୃତ୍ୟ ଶିଳ୍ପୀଙ୍କ ମହୋତ୍ସବର ଅନ୍ତିମ ଦିନରେ ସମ୍ବର୍ଦ୍ଧିତ କରାଯାଇଛି।

ଚଳିତ ବର୍ଷ ଏହି ମହୋତ୍ସବରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ, ଗୀତ ଗୋବିନ୍ଦରେ ଅଧିକାଂଶ ନୃତ୍ୟଶିଳ୍ପୀ ନୃତ୍ୟ କରିଥବା ଦେଖିବାକୁ ମିଳିଛି। ଯାହାକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି ଦର୍ଶକ। ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମୋହତ୍ସବ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବେଳେ, ଚଳିତ ବର୍ଷ ଏହାକୁ ଭବ୍ୟ ଭାବେ ଆୟୋଜନ କରାଯାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡ଼ିଶୀ ଗୁରୁ।

ଦେଶ ଓ ବିଶ୍ୱରେ ଓଡ଼ିଶୀର ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବର ଆୟୋଜନ ହୋଇଛି। ଚଳିତ ବର୍ଷ ଦେଶ ଓ ବିଦେଶରୁ ୩୫୦ରୁ ଉର୍ଦ୍ଧ୍ବ ଓଡ଼ିଶୀ ଶିଳ୍ପୀ ଓ ଗୁରୁ ଅଂଶ ଗ୍ରହଣ କରିଛନ୍ତି। କେବଳ ଷ୍ଟେଜରେ ନୃତ୍ୟ ପରିବେଷଣ ନୁହେଁ, ଓଡ଼ିଶୀର ବିଭିନ୍ନ ମୁଦ୍ରା ଭଙ୍ଗୀକୁ ନେଇ ସ୍ୱତନ୍ତ୍ର ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି।