LIVE TV
LIVE TV

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ୍, କହିଲେ- ପାଣି ଦେଇନଥାନ୍ତେ, ପାଇପ୍ କିଣି ଖାଲି ବିଛେଇଥାନ୍ତେ

NEWS7
cbse-shock-to-students-studying-in-dummy-schools

ଭୁବନେଶ୍ବର ୨।୧୨: ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଗୃହରେ ଦାବି କଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ଅଭିଯୋଗ କଲେ ପ୍ରତାପ ।

ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ୍ । ପୂର୍ବ ସରକାରରେ ନଳ ଥିଲା ହେଲେ ଜଳ ନଥିଲା । ଏବେ ନଳ ଆଉ ଜଳ ଅଛି । ତଥ୍ୟ ଦେଇ ପୂର୍ବ ସରକାରର ସ୍ଥାଣୁତା ବିଷୟରେ କହିଲେ ମନ୍ତ୍ରୀ । ୨୦୨୪ ଜୁନ୍ ସୁଦ୍ଧା ପୂର୍ବ ସରକାର ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ । ସେମାନେ ୧୬ଟି ସିଭିଲ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିଥିଲେ । ଆମେ ୧୭ ମାସରେ ୬୬ଟି ସମ୍ପୂର୍ଣ୍ଣ କରିଛୁ । ସେମାନେ ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ ଆମେ ୧୭ ମାସରେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର୍ ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ ଆମେ ୪୭୯୧ କରିଛୁ । ୨୮୩୫୦ ନଳକୂପ ସେମାନେ କରିଥିଲେ ଆମେ ୨୨୯୬୪ ନଳକୂପ ଖନନ କରିଛୁ । ପିଏମ ଗତି ଶକ୍ତିରେ ଆମେ ୭୧ ହଜାର କି.ମି. ପାଇପ୍ ଲାଇନ ବିଛାଇଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବ ସରକାର ପାଣି ଦେଇନଥାନ୍ତେ । ପାଇପ୍ କିଣି ଖାଲି ବିଛେଇ ଥାନ୍ତେ । ଇନ୍ଟେକ୍ ଓ୍ବେଲ୍ କଲେନି । ଏ ହେଉଛି ୨୪ ବର୍ଷର ନମୁନା । ସମସ୍ତେ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।