ଚଣ୍ଡିଖୋଲ ୧୪।୩: ଦିନକ ପରେ ରଙ୍ଗର ପର୍ବ ହୋଲି । ସେଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । ହୋଲି ପୂର୍ବରୁ ଆରମ୍ଭ ହୋଇଗଲାଣି ଆଗୁଆ ସେଲିବ୍ରେସନ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ଠାରେ ହୋଲିର ସେଲିବ୍ରେସନ ଦେଖିବାକୁ ମିଳିଛି । ସବୁ ବର୍ଗର ଲୋକ ଏକାଠି ହୋଇ ଆଗୁଆ ହୋଲି ପାଳିଛନ୍ତି । ପରସ୍ପରକୁ ରଙ୍ଗ ଲଗାଇ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ହର୍ବାଲ ରଙ୍ଗରେ ଖେଳିଛନ୍ତି ହୋଲି ।
ଶନିବାର ସମସ୍ତେ ନିଜ ନିଜ ପରିବାର ସହ ହୋଲି ଖେଳିବେ ସେଥିପାଇଁ ଆଜି ସମସ୍ତେ ଏକାଠି ହୋଇ ହୋଲି ଖେଳିଛନ୍ତି । ନାଚ ଗୀତର ଆସର ସହ ପରସ୍ପରକୁ ମିଠା ଖୁଆଇ ହୋଲି ପାଳିଛନ୍ତି । ଶାନ୍ତି ଶୃଙ୍ଖଳାରେ ସମସ୍ତେ ହୋଲି ଉତ୍ସବ ପାଳିବା ପାଇଁ ମହିଳା ମାନେ ନିବେଦନ କରିଛନ୍ତି ।
You Can Read:
ଭିସୁଟ୍ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ, ଯାଇପାରିବେନି ଏହି ୭ଟି ସ୍ଥାନ