ଝାମ୍ପି ନେଇଥିଲେ ମହିଳାଙ୍କ ବେକରୁ ସୁନା ଚେନ୍, ଗିରଫ ହେଲେ ସ୍ନାଚର୍ ସହ ୨ ରିସିଭର

Published By : Prameya-News7 Bureau | July 19, 2024 IST

ଭୁବନେଶ୍ବର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିବା ମାମଲାରେ ଗିରଫ ହେଲେ ସ୍ନାଚର୍ ସହ ଦୁଇ ରିସିଭର । ୭ ଦିନରେ ଅପରାଧୀଙ୍କୁ ଧରିଲା ବାରଙ୍ଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରୁ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଦୁର୍ବୃତ୍ତ ହୋଇଯାଇଥିଲେ ଫେରାର । ମହିଳା ଜଣକ ନିଜ ସ୍କୁଟିରେ ବାରଙ୍ଗରୁ ତ୍ରିଶୁଳିଆ ଆସୁଥିବା ବେଳେ ଫୁଲପୋଖରୀ ଛକରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ମୋଟର ସାଇକେଲରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ତ୍ରିଶୁଳିଆ ଆଡ଼କୁ ଫେରାର ହୋଇଯାଇଥିଲେ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଗୋଡିସାହି ନେତା ଅଞ୍ଚଳର ସସ୍ମିତା ବେହେରା । ଅଭିଯୋଗ ଆଧାରରେ ବାରଙ୍ଗ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ୭ ଦିନ ମଧ୍ୟରେ ଲୁଟେରା ମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍, ସୁନା ଚେନ୍, ନଗଦ ଟଙ୍କା ଓ ଗୋଟିଏ ରେସିଂ ବାଇକ୍ ଜବତ କରିଛି ବାରଙ୍ଗ ଥାନା ପୋଲିସ ।

You Can Read:

ସପ୍ତାହେ ହେଲା ବ୍ୟାପିଛି ଝାଡାବାନ୍ତି, ୧୭ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.