LIVE TV

ରୋ-କୋଙ୍କୁ ନେଇ ଟ୍ରାଭିସ୍‌ ହେଡ୍‌ଙ୍କ ବଡ ବୟାନ୍‌, ଓ୍ବାର୍ଲ୍ଡକପ୍‌ ୨୦୨୭ ଖେଳିବା ନେଇ କହିଲେ...

NEWS7
chancellors-will-be-appointed-soon-in-three-universities-in-the-state

ନୂଆଦିଲ୍ଲୀ ୧୭।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ୧୯ ଅକ୍ଟୋବରରୁ ଆରମ୍ଭ ହେବ ଏହି ମ୍ୟାଚ । ପ୍ରଥମ ଦିନିକିଆ ପାଇଁ ଜୋରଦାର ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ସିରିଜ ଜରିଆରେ ଦୀର୍ଘ ସମୟ ପରେ କ୍ରିକେଟ୍ ମଇଦାନକୁ ଫେରିଛନ୍ତି ।

ଏହାବ୍ୟତୀତ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଏହି ଦିନିକିଆ ସିରିଜ୍ ରୋହିତ ଏବଂ ବିରାଟଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ୨୦୨୭ ବିଶ୍ୱକପରେ ଏହି ୨ ଦିଗ୍ଗଜଙ୍କ ଖେଳିବା ନେଇ ଲାଗି ରହିଛି ସସ୍‌ପେନ୍ସ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଟ୍ରାଭିସ୍ ହେଡ୍ କରିଛନ୍ତି ବୟନବାଜି । ସେ ୨୦୨୭ ବିଶ୍ୱକପରେ ରୋହିତ ଏବଂ ବିରାଟଙ୍କ ଖେଳିବାକୁ ନେଇ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ ।

ପର୍ଥରେ ଦିନିକିଆ ମ୍ୟାଚ୍ ହେବାର ୨ ଦିନ ପୂର୍ବରୁ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଏବଂ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ୨୦୨୭ ବିଶ୍ୱକପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପସ୍ଥିତିକୁ ନେଇ ଟ୍ରାଭିସ୍ ହେଡ୍ କହିଛନ୍ତି, "ସେମାନେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି, ମୁଁ ଭାବୁଛି ଅକ୍ସର ସେମାନଙ୍କ ବିଷୟରେ ମୋ ଅପେକ୍ଷା ଅଧିକ କହିପାରିବେ। କିନ୍ତୁ ୨ ଦିଗ୍ଗଜ ଖେଳାଳି, ଦୁଇଜଣ ଶ୍ରେଷ୍ଠ ସୀମିତ ଓଭର ଖେଳାଳି । ବିରାଟ ବୋଧହୁଏ ସବୁଠାରୁ ଶ୍ରେଷ୍ଠ ସୀମିତ ଓଭର ଖେଳାଳି। ଆଉ ରୋହିତ ତାଙ୍କଠାରୁ ଅଧିକ ପଛରେ ନାହାନ୍ତି।"

ହେଡ୍ ଆହୁରି କହିଛନ୍ତି, "ରୋହିତ ଯାହା କରିଛନ୍ତି ସେଥିପାଇଁ ମୋ ମନରେ ତାଙ୍କ ପାଇଁ ବହୁତ ସମ୍ମାନ ଅଛି। ମୁଁ ନିଶ୍ଚିତ ଯେ ତାଙ୍କୁ ମିସ୍ କରାଯିବ, କିନ୍ତୁ ମୁଁ ଭାବୁଛି ଉଭୟ ୨୦୨୭ ପର୍ଯ୍ୟନ୍ତ ଖେଳିବେ । ସେମାନେ ଉଭୟ ବିଶ୍ୱକପ୍ ଖେଳିବାକୁ ଚେଷ୍ଟା କରୁଛନ୍ତି । ଖେଳ ପାଇଁ ଏହା ବହୁତ ଭଲ କଥା ଯେ ସେମାନେ ଏବେ ବି ଖେଳୁଛନ୍ତି।"

ଅନ୍ୟପଟେ ରୋହିତ ଏବଂ ବିରାଟଙ୍କୁ ନେଇ ଅକ୍ସର ପଟେଲ କହିଛନ୍ତି, "ସେମାନେ ବିଶ୍ୱସ୍ତରୀୟ ଖେଳାଳି। ସେମାନେ ଜାଣନ୍ତି ଯେ ସେମାନଙ୍କୁ କ'ଣ କରିବାକୁ ପଡିବ ଏବଂ ସେମାନେ ଖେଳିବାକୁ ପ୍ରସ୍ତୁତ । ସେମାନେ ବୃତ୍ତିଗତ । ଯଦି ସେମାନଙ୍କ ଫର୍ମକୁ ଦେଖାଯାଏ ତେବେ ସେମାନେ ଭଲ ପ୍ରସ୍ତୁତି କରୁଛନ୍ତି । ତେଣୁ ମୁଁ ଭାବୁଛି ସେମାନେ ପ୍ରସ୍ତୁତ । ସମସ୍ତେ ସେମାନଙ୍କର ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି ଏବଂ ଏବେ ଖେଳିବାକୁ ପ୍ରସ୍ତୁତ।"