ଭୁବନେଶ୍ବର ୬।୧୧: ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ତାଗିଦ ପରେ ସଫେଇ ଦେଲା ଇସ୍କନ । ସଂକୀର୍ତ୍ତନ ଯାତ୍ରାରେ ଗଡ଼ିବ ରଥ, ଯିବେନି ଜଗନ୍ନାଥ । ରଥାରୂଢ଼ ହେବେନି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । କୃଷ୍ଣ ବଳରାମ, ଗୌର ନିତାଇଙ୍କୁ ନେଇ ହେବ ସଂକୀର୍ତ୍ତନ ଯାତ୍ରା । ଏ ନେଇ ଆସନ୍ତା ମାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଇସ୍କନ ଓ ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକ ହେବ । ସେପଟେ ରଥଯାତ୍ରା ନେଇ ୱେବସାଇଟ୍ରୁ ପୋଷ୍ଟ ହଟାଇନାହିଁ ଇସ୍କନ । ମୂଳ ପୃଷ୍ଠାରୁ ଏଯାଏଁ ହଟିନି ରଥଯାତ୍ରା କାର୍ଯ୍ୟସୂଚୀ ।
ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା ଇସ୍କନ । ହେଲେ ଅଦିନରେ ମହାପ୍ରଭୁଙ୍କର ଏପରି ରଥଯାତ୍ରା ଆୟୋଜନକୁ ନାପସନ୍ଦ କରିଥିଲେ ଜଗନ୍ନାଥ ପ୍ରେମୀ । ଏପରିକି ଗଜପତି ମହାରାଜା ମଧ୍ୟ ଏ ସମ୍ପର୍କରେ ଇସ୍କନକୁ ଚିଠି ଲେଖିଥିଲେ । ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ। ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି । ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନା କରିଥିଲୁ । କିନ୍ତୁ କିଛି ସୁଫଳ ହେଲା ନାହିଁ । ମାର୍ଚ୍ଚରେ ଇସ୍କନ ପକ୍ଷରୁ ଗଭର୍ଣ୍ଣିଂ କାଉନସିଲର ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନ ହେଲେ ଏଥର ଆମେ ଆଇନର ରାସ୍ତା ବାଛିବୁ । ଇସ୍କନ ଧର୍ମପ୍ରଚାର କରିପାରିବ, ହେଲେ ରଥଯାତ୍ରା ନୁହେଁ । ପୁରୀ ରଥଯାତ୍ରା ନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ଗଜପତି ମହାରାଜ ଇସ୍କନକୁ ପରାମର୍ଶ ଦେଇଥିଲେ । ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଗଜପତି । ତେବେ ଏସବୁ ପରେ ଶେଷରେ ଇସ୍କନ ଏହି ଅଦିନିଆ ରଥଯାତ୍ରା ଆୟୋଜନକୁ ବାତିଲ କରିଥିଲା ଇସ୍କନ ।
You Can Read:
ରାତି ଅଧରେ ହଷ୍ଟେଲରେ ପଶିଲେ ସିନିୟର ପିଲା, ଜୁନିୟର ପିଲାଙ୍କୁ କଲେ ଆକ୍ରମଣ