ନୂଆଦିଲ୍ଲୀ ୨୮।୦୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଚେସ ଅଲିମ୍ପିଆଡ । ପ୍ରଥମ ଥର ପାଇଁ ଟାଇଟଲ ଜିତିଛି ଭାରତ । କିନ୍ତୁ ଜାଣନ୍ତି କି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ପୁରା ଟିମକୁ ମିଳିଛି ଲକ୍ଷ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି । ଆସନ୍ତୁ ଜାଣିବା କାହାକୁ ମିଳିଛି କେତେ ସେ ବିଷୟରେ…
ହଙ୍ଗେରୀର ବୁଦ୍ଦାପେଷ୍ଟରେ ଆୟୋଜିତ ଚେସ ଅଲିମ୍ପିଆଡ଼ରେ ଅଂଶ ଗ୍ରହଣ କରିଲେ ଭାରତର ପୁରୁଷ ଏବଂ ମହିଳା ଟିମ୍ର ୫ ଜଣ ଲେଖାଏଁ ପ୍ଲେୟର । ଏମାନଙ୍କ ସହିତ ୨ କୋଚ୍, ୪ଜଣ ଆସିଷ୍ଟାଣ୍ଟ କୋଚ୍ ଏବଂ ଜଣେ ପ୍ରତିନିଧି ମଧ୍ୟ ଯାଇଥିଲେ । ଚେସ୍ ଅଲିମ୍ପିଆଡ଼ରେ ଟିମ୍ ଇଣ୍ଡିଆର କୋଚ୍ ଶ୍ରୀନାଥ ନାରାୟଣଙ୍କୁ ୩୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ଏହାବ୍ୟତୀତ ଅନ୍ୟ କୋଚ୍ ଅଭିଜିତ୍ କୁଣ୍ଟେଙ୍କୁ ୧୫ ଲକ୍ଷ ଟଙ୍କା ମିଳିଛି ।
ଭାରତୀୟ ଟିମ୍ ସହିତ ୪ଜଣ ଆସିଷ୍ଟାଣ୍ଟ କୋଚ୍ ବୈଭବ ସୁରୀ, ଅର୍ଜୁନ କଲ୍ୟାଣ, ସଙ୍କଳ୍ପ ଗୁପ୍ତା ଏବଂ ସ୍ୱୟମ ମିଶ୍ରଙ୍କୁ ସାଢେ ୭ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ଟିମ୍ ସହ ଆସିଥିବା ପ୍ରତିନିଧୀ ଦିବ୍ୟନ୍ଦୁ ବାରୁଆଙ୍କୁ ପୁରସ୍କାର ଭାବେ ମିଳିଛି ୧୦ ଲକ୍ଷ ଟଙ୍କା । ଭାରତୀୟ ଟିମର ୩ ଖେଳାଳି ଆର ବୈଶାଲୀ, ଡି ଗୁକେଶ ଏବଂ ଆର ପ୍ରଗାନନ୍ଦାଙ୍କୁ ମିଳିଛି ୭୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ।
ପ୍ରତ୍ୟେକ ଖେଳାଳି AICFରୁ ୨୫ ଲକ୍ଷ, SAIରୁ ୨୦ଲକ୍ଷ ଏବଂ ତାମିଲନାଡୁର CMରୁ ୧୫ ଲକ୍ଷ ଟଙ୍କା ପାଇଛନ୍ତି । ଭାରତୀୟ ଦଳର 7 ଖେଳାଳି ଅର୍ଜୁନ ଏରିଗେସି, ବିଦିତ ଗୁଜରାଟୀ, ପେଣ୍ଟାଲ ହରିକୃଷ୍ଣ, ହରିକା ଦ୍ରୋନାବଳୀ, ଦିବ୍ୟା ଦେଶମୁଖ, ବନ୍ତିକା ଅଗ୍ରୱାଲ ଏବଂ ତାନିଆ ସଚ୍ଚଦେବଙ୍କୁ ମିଳିଛି ୪୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି ।