LIVE TV

ଆଲୋକର ପର୍ବ ଦୀପାବଳି, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ସହ ଘରେ ଘରେ ବଡବଡୁଆ ଡାକ

NEWS7
chhath-devotees-auto-fell-into-well

ଭୁବନେଶ୍ୱର ୨୦/୧୦: ଆଜି ଆଲୋକର ପର୍ବ ଦୀପାବଳି । ବିଶେଷ କରି ଏହି ଦୀପାବଳୀ ଅମାବାସ୍ୟା ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଭାବେ ପରିଚିତ । ଆଜିର ଏହି ପବିତ୍ର ଅମାବାସ୍ୟାରେ ପିତୃପକ୍ଷରେ ଆସିଥିବା ନିଜର ଦିବଙ୍ଗତ ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକ ଅନୁଷ୍ଠିତ ହେଉଛି।

How Odisha Celebrate Deepavali With "Bada Badua Ho (ବଡ ବଡୁଆ ହୋ)" - Read In  Odia

ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତମାନେ କାଉଁରିଆ କାଠି ଜାଳି ବଡବଡୁଆ ଡାକୁଛନ୍ତି। ଭକ୍ତଙ୍କ ଯାତାୟତ ସୁଗମ କରିବା ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

ଆସନ୍ତାକାଲି ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ବିଭିନ୍ନ ପୂଜା ମଣ୍ଡପ ଏବଂ ଦେବୀ ପୀଠ ଗୁଡିକରେ ଆଜି କାଳିପୂଜା ଅନୁଷ୍ଠିତ ହେଉଛି। ଦେବୀ ପୀଠ ଗୁଡିକରେ ମା ଙ୍କର ମହାକାଳୀ ବେଶ ନୀତି ଅନୁଷ୍ଠିତ ହେବା ସହ ଶଙ୍ଖୁଡ଼ି ଭୋଗ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ଜିଲ୍ଲା, ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।