ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ସହ ମିଳୁଛି କୁକୁଡ଼ା ଛୁଆ, ଗୋଟିଏ କି ଦୁଇଟି ନୁହେଁ ଦିଆଯାଉଛି ୫ଟି ଛୁଆ

Published By : Prameya-News7 Bureau | July 21, 2024 IST

ଭଦ୍ରକ ୨୧ଗୋଟିଏ କି ଦୁଇଟି ନୁହଁ ୫ଟି କୁକୁଡା ଛୁଆ ମିଳୁଛି ମାଗଣାରେ । ସେ ପୁଣି ଅଙ୍ଗନବାଡି କେନ୍ଦ୍ରରେ । ଅଙ୍ଗନବାଡିରେ ଏବେ ଅଣ୍ଡା ସାଙ୍ଗକୁ ଦିଆଯାଉଛି କୁକୁଡ଼ା ଛୁଆ । ସରକାର ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଅଙ୍ଗନବାଡ଼ି ଜରିଆରେ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ପୁଷ୍ଟିକର ଜାତୀୟ ଶୁଖିଲା ଖାଦ୍ୟ ସାଙ୍ଗକୁ କୁକୁଡ଼ା ଅଣ୍ଡା ମଧ୍ୟ ମାଗଣାରେ ପ୍ରଦାନ କରୁଛନ୍ତି । ଯାହା ଫଳରେ ଯେମିତି କେହି ଅପପୁଷ୍ଟି ରୋଗରେ ପୀଡିତ ନହୁଅନ୍ତୁ । ସେହିପରି ଅପପୁଷ୍ଟି, ରକ୍ତହୀନତା ଓ ଓଜନ ହ୍ରାସ ରୋଗରୁ ମୁକ୍ତି ପାଇବା ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି ଏବଂ ତାହାର କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । କିଶୋରୀ, ଶିଶୁ ଓ ମହିଳାମାନଙ୍କୁ ରକ୍ତହୀନତା, ଅପପୁଷ୍ଟି ଓ ଓଜନ ହ୍ରାସରୁ ରକ୍ଷା ପାଇବା ପାଇଁ ସରକାର କୁକୁଡ଼ା ଛୁଆ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । 

ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୭ ନମ୍ବର ୱାର୍ଡର ନିମେଇସାହି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ପରିବର୍ତ୍ତେ କୁକୁଡ଼ା ଛୁଆ ବଣ୍ଟନ ହେଉଛି । ଅଙ୍ଗନବାଡି ଦିଦିଙ୍କ କହିବା ଅନୁଯାୟୀ ଅପପୁଷ୍ଟି, ରକ୍ତହୀନତା ଓ ଓଜନହ୍ରାସ ପାଇଁ ସରକାର ଏମିତି ବ୍ୟବସ୍ଥା କରିଛନ୍ତି ଯାହାକି ଗର୍ଭବତୀ ମହିଳା ତଥା ମହିଳା, ଶିଶୁ ଓ କିଶୋରୀ ମାନଙ୍କ ପାଇଁ ଏପରି ବ୍ୟବସ୍ଥା କରିଛନ୍ତି ସରକାର । ଯେଉଁମାନଙ୍କ ପାଇଁ ସରକାର ଏପରି ବ୍ୟବସ୍ଥା କରୁଛନ୍ତି ସେମାନେ ମଧ୍ୟ ବେଶ ଖୁସିଥିବା କହିଛନ୍ତି । ଆଉ କହିଛନ୍ତି କି କୁକୁଡ଼ା ଅଣ୍ଡା ଖାଇବା ସହ ପୁଷ୍ଟିକର ଖାଦ୍ୟ ପାଇଁ କୁକୁଡ଼ା ମଧ୍ୟ ଖାଇବୁ ତେଣୁ ସରକାରଙ୍କ ଏପରି ବ୍ୟବସ୍ଥା ବେଶ ପ୍ରଶଂସନୀୟ । ଭଦ୍ରକ ପୌରପାଳିକାରେ ଯେଉଁ ସ୍ଥାନରେ କୁକୁଡ଼ା ଛୁଆ ବଣ୍ଟନ କରାଯାଉଥିଲା ସେହି ୱାର୍ଡର ପାରିଷଦ ମଧ୍ୟ ଏପରି ଯୋଜନାରେ ଖୁସି ବ୍ୟକ୍ତ କରିଛନ୍ତି । ସରକାର କୁକୁଡ଼ା ଅଣ୍ଡା ସାଙ୍ଗରେ କୁକୁଡ଼ା ଛୁଆ ପ୍ରଦାନ କରିବା ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପାରିଷଦ । 

You Can Read:

ଉଦନ୍ତୀ ନଦୀରେ ଭାସି ଯାଇଥିଲେ ମହିଳା, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.