LIVE TV

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଅଧିକ ବର୍ଷା ହେଲେ ଭଲ : ଜଳସମ୍ପଦ ମୁଖ୍ୟଯନ୍ତ୍ରୀ

NEWS7

ଭୁବନେଶ୍ବର ୨୩: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ ଆହୁରି କହିଛନ୍ତି, ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ I ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ଡ୍ୟାମ୍‌ ଗୁଡିକର ଜଳସ୍ତର ସ୍ଥିତି ଭଲ ନ ଥିବା ଯନ୍ତ୍ରୀ କହିଛନ୍ତି I ହୀରାକୁଦରେ ୬୦୦.୦୫ ଫୁଟ ପାଣି ଅଛି ଯାହା ଗତବର୍ଷ ଅପେକ୍ଷା ୧୪ ଫୁଟ ତଳେ ଅଛି ପାଣି I ରେଙ୍ଗାଲିରେ ୪.୬ ପ୍ରତିଶତରେ ଅଛୁ ଗତବର୍ଷ ୧୪ ପ୍ରତିଶତ ଜଳସ୍ତର ଥିଲା I ମାଲକାନଗିରି ମାଛକୁଣ୍ଡ ଡ୍ୟାମରେ କୌଣସି ଗେଟ୍ ଖୋଲା ଯାଇ ନଥିବା ସ୍ପଷ୍ଟ କଲେ ଯନ୍ତ୍ରୀ I ମାଛକୁଣ୍ଡରେ ୨୭୨୧ ଫୁଟ ପାଣି ଅଛି I ମାଲକାନଗିରିରେ ସ୍ଥିତି ନିୟନ୍ତ୍ରଣ ଥିବା ନେଇ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି I

You Can Read:

ଲଗାଣ ବର୍ଷାରେ ବେହାଲ NH ୫୫ : ରାସ୍ତା ଉପରେ ୨ ଫୁଟ ଜଳ ପ୍ରବାହିତ, କଟକ- ସମ୍ବଲପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ