‘ଓଡ଼ିଶାର ଅପାର ସୁଯୋଗକୁ ଉପଯୋଗ କରି ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ’, ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 25, 2024 IST

ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୪-୨୫ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ଯାହା ଗତ ବଜେଟ୍ ଠାରୁ ୧୫ ପ୍ରତିଶତ ଅଧିକ ରହିଛି । 

ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ରହିଛି । ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଏବଂ ଗତିଶୀଳ ମୂଳ ମନ୍ତ୍ର ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସରେ ବିଶ୍ୱାସ କରେ । ସାମାଜିକ ଅର୍ନ୍ତଭୂକ୍ତିକରଣ ସହ ରାଜ୍ୟର ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସର୍ବଦା ଚାରୋଟି ବର୍ଗ, ମହିଳା, ଗରିବ, ଯୁବ ଏବଂ ଅନ୍ନଦାତାଙ୍କୁ ପ୍ରଥମିକତା ଦେଇ ଆସୁଛନ୍ତି । ସେମାନଙ୍କ ସଶକ୍ତିକରଣ ଆମର ଗୁରୁତ୍ୱ । ସମସ୍ତ ଯୋଗ୍ୟ ଲୋକଙ୍କୁ ସୁବିଧା ସୁଯୋଗ ନିଶ୍ଚିତ ପ୍ରଧାନ ପାଇଁ ସ୍ୱଚ୍ଛତା ଅବଲମ୍ୱନ କରାଯିବ । ଉପଲବ୍ଧ ସମ୍ୱଳକୁ ନିରପେକ୍ଷ ଭାବେ ବଣ୍ଟନ କରାଯିବ, ଏଥିରେ କୌଣସି ତାରତମ୍ୟ ରହିବ ନାହିଁ । ସମସ୍ତଙ୍କ ପାଇଁ ସମୃଦ୍ଧିର ପ୍ରତିଶ୍ରୁତି ଦେଉଥିବା ସାମଗ୍ରିତ ବିକାଶ ପ୍ରତି ଆମ ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆମ ଉପରେ ବିଶ୍ୱାସ କରିଛନ୍ତି । ପ୍ରଶାସନ ଏବଂ ଜନସଧାରଣ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତ୍ୱକୁ ହଟାଇ ଆମ ସରକାର ସଠିକ୍ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡ଼ିଶାର ଅପାର ସୁଯୋଗକୁ ଉପଯୋଗ କରି ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ।

ବଜେଟରେ ରାଜ୍ୟ ସରକାର ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି

୧.ଅନ୍ନଦାତା

୨. ନାରୀଶକ୍ତି

୩. ସାମାଜିକ ନ୍ୟାୟ

୪.ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା

୫. ସାବଳୀଳ ଜୀବନଯାପନ

୬. ମୌଳିକ ନାଗରିକ ସୁବିଧା

୭ ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶା

୮.ଶିଳ୍ପ, ରୋଜଗାର ଓ କର୍ମ ନିଯୁକ୍ତି

୯. ଓଡ଼ିଆ ଅସ୍ମିତା ଏବଂ ଜଗନ୍ନାଥ ସଂସ୍କୃତି

୧୦.ଲୋକଙ୍କ ପାଇଁ ସରକାର


 

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.