୯୬ତମ ଶ୍ରାଦ୍ଧ ବାର୍ଷିକୀରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ପରିସରରେ ରୋପଣ କଲେ ବୃକ୍ଷ ଚାରା

Published By : Prameya-News7 Bureau | July 06, 2024 IST

ଭୁବନେଶ୍ବର ୬।୭: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଏକାଧାରାରେ ଜଣେ ଦେଶସେବକ, ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ । ସତ୍ୟବାଦୀରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ  ପାଇଁ ସେ ଚିରସ୍ମରଣୀୟ ହୋଇ ରହିବ । ଓଡ଼ିଆ ନବଯୁଗର ପ୍ରବର୍ତ୍ତକ ଥିଲେ ଗୋପବନ୍ଧୁ ବୋଲି ସେ କହିଥିଲେ । 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ଓଡିଆ ଭାଷା ସାହିତ୍ୟର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ । ଉତ୍କଳମଣି ଗୋପବନ୍ଧୁ ବାସ୍ତବିକ୍ ଥିଲେ ଯୁଗପୁରୁଷ, ପୂନ୍ୟଶ୍ଲୋକ ଓ ଦିନବନ୍ଧୁ ବୋଲି କହି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପେଡ୍ ମା କେ ନାମ୍ ଅଭିଯାନରେ ବିଧାନସଭା ପରିସରରେ ଏକ ରୁଦ୍ରାକ୍ଷ ଚାରା ରୋପଣ କରିଥଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

You Can Read:

ବହୁ ଚର୍ଚ୍ଚିତ କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ, ପୌରପାଳିକା ଜମିରେ ହୋଇଛି ନିର୍ମାଣ : ଜିଲ୍ଲାପାଳ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.