LIVE TV

୧୨୪ ରନ୍ ଚେଜ୍ କରିପାରିଲାନି ଟିମ୍ ଇଣ୍ଡିଆ, ୩୦ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

NEWS7
chief-minister-reviewed-industrial-projects-in-odisha

ମୁମ୍ବାଇ, ୧୬|୧୧: ଲଜ୍ଜାଜନକ ପରାଜୟ । ମାତ୍ର ୧୨୪ ରନ୍ ଚେଜ୍ କରିପାରିଲାନି ଟିମ୍ ଇଣ୍ଡିଆ । ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ଲୋ ସ୍କୋରକୁ ଚେଜ୍ କରି ନପାରି ଟିମ୍ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଯାଇଛି । ଏହାସହ ୩୦ ରନରେ ବିଜୟ ହାସଲ କରିଛି ଭ୍ରମଣକାରୀ ଟିମ୍ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦୁଇ ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ଯାହାର ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯାଇଥିଲା । ଏଥିରେ ଟସ୍ ଜିତିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଏବଂ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲା ଆଫ୍ରିକୀୟ ଟିମ୍ । ଦଳ ୧୫୯ ରନ୍ କରିପାରିଥିଲା । ଯାହାର ଜବାବରେ ଭାରତ ୧୮୯ ରନ୍ କରିଥିଲା । ଏହାସହ ଭାରତ ୩୦ ରନର ଆଗୁଆ ରହିଥିଲା ।

ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକାର ବ୍ୟାଟର ଫେଲ୍ ମାରିଥିଲେ । ତେମ୍ବା ବାଭୁମାଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ବଡ ସ୍କୋର କରିପାରିନଥିଲେ । ଫଳରେ ଦଳ ୧୫୩ ରନ୍ କରିପାରିଥିଲା । ତେବେ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳ ମାତ୍ର ୨ ରନରେ ଦୁଇ ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ 

ଅନ୍ୟ ଦିଗରେ ଭାରତର କୌଣସି ବ୍ୟାଟର ବିଜୟୀ ପାଳି ଖେଳିପାରିନଥିଲେ । କେବଳ ଓ୍ୱାସିଂଟନ ସୁନ୍ଦର ୩୧ ରନ୍ କରିଥିବା ବେଲେ ଅକ୍ଷର ପଟେଲ ୨୬ ରନର ଇନିଂସ ଖେଳିଥିଲେ । ଟପ୍ ଅର୍ଡର ପରେ ମିଡିଲ ଅର୍ଡର ଏବଂ ଲୋୟର ଅର୍ଡର ମଧ୍ୟ ଫେଲ୍ ମାରିଥିଲା । ଫଳରେ ଦଳ ମାତ୍ର ୯୩ ରନରେ ସବୁ ଓ୍ୱିକେଟ୍ ହରାଇଥିଲା ।