ଜେଲ୍ରୁ କଏଦୀ ଚମ୍ପଟ ଘଟଣା : ଜେଲ୍‌ର ଚିଫ୍ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ DIG

Published By : Prameya-News7 Bureau | June 15, 2024 IST

କରଞ୍ଜିଆ ୧୫।୬: କରଞ୍ଜିଆ ସବ୍ ଜେଲ୍‌ରୁ କଏଦୀ ଚମ୍ପଟ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜେଲ୍ ବିଭାଗର ଡିଆଇଜି ସ୍ବତନ୍ତ୍ର ଭାବେ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲ୍‌ର ଚିଫ୍ ଓ୍ବାର୍ଡର ଗୋମାନ ଜାମୁଦାଙ୍କୁ ନିଲମ୍ବିତ କରିଛନ୍ତି ଜେଲ୍ ବିଭାଗର ଡିଆଇଜି ଅନୁସୂୟା ଜେନା । 

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ଦିନ ଠାକୁରମୁଣ୍ଡା ଥାନାର ଏକ ହତ୍ୟା ଅପରାଧରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ଲକ୍ଷ୍ମଣ ମହାନ୍ତ ଜେଲ୍‌ରୁ ଚମ୍ପଟ ହୋଇଯାଇଥିବା ଖବର ଅଞ୍ଚଳ ପାଇଁ ଏକ ଆଲୋଡନ ସୃଷ୍ଟି କରିଥିଲା । କରଞ୍ଜିଆ ଜେଲ୍‌ର ଛୁଟିରେ ରହିଥିବା ବେଳେ ସବ୍ ଜେଲର ଏ ନେଇ କରଞ୍ଜିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଜେଲ୍ ବିଭାଗର ଡିଆଇଡି ଅନୁସୂୟା ଜେନା କରଞ୍ଜିଆ ସବ୍‌ ଜେଲ୍‌ରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।

You Can Read :

ଗାଧୋଇବା ବେଳେ ପାଣିରେ ବୁଡିଗଲେ ନାବାଳିକା, ଚାଲିଗଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.