ବ୍ରିଟ୍ କଲୋନୀରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର କପଡା

Published By : Prameya-News7 Bureau | November 09, 2024 IST

ଭୁବନେଶ୍ବର ୯।୧୧: ଭୁବନେଶ୍ବର ବଡଗଡ ବ୍ରିଟ୍ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳିଯାଇଛି ବିପୁଳ ପରିମାଣର କପଡା । ଜଣେ ବ୍ୟବସାୟୀଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ ଯେ, ବଡଗଡ ବ୍ରିଟ୍ କଲୋନୀରେ ବ୍ୟବସାୟୀ ନବୀନ ଚନ୍ଦ୍ର ସାହୁଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର କପଡା ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ପୋଲିସ ନିଆଁ ଲାଗିବା ଘଟଣାର ତଦନ୍ତ ଆରମ୍ଭ କରିଛି । 

କିଛି ଦିନ ତଳେ ୟୁନିଟ-୧ ସ୍ଥିତ ଭୂତଳ ମାର୍କେଟ୍‌ରେ ନିଆଁ ଲାଗି ତାଙ୍କ କପଡା ଦୋକାନ ପୋଡି ଯାଇଥିଲା । ସେଠାରୁ ବର୍ତ୍ତି ଯାଇଥିବା କପଡା ଆଣି ସେ ଏହି ଘରେ ରଖିଥିଲେ । 

You Can Read:

ନଭେମ୍ବର ୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଆଯିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.