ସାଉଦୀ ଆରବର ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନାସିର ବିନ ରଦାନ ଅଲ ରସିଦ ଅଲ ଭଦଈଙ୍କ ପରଲୋକ

NEWS7
cm-chandrababu-naidus-entry-into-the-nep-controversy

ରିୟାଦ ୧୫।୧: ସାଉଦୀ ଆରବର ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ପରିଚିତ ନାସିର ବିନ ରଦାନ ଅଲ ରାସିଦ ଅଲ ଭଦଈଙ୍କ ନିକଟରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪୨ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ୧୧ ଜାନୁୟାରୀ ୨୦୨୬ରେ ତାଙ୍କର ମହାପ୍ରାୟାଣ ହୋଇଛି। ତାଙ୍କ ଅନ୍ତ୍ୟେଷ୍ଟି ଦକ୍ଷିଣ ସାଉଦୀର ଧହରାନ ଅଲ ଜନୁବରେ ଅନୁଷ୍ଠିତ ହୋଇଛି। ଏହା ପରେ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗ୍ରାମ ଅଲ ରାଶିଦରେ କବର ଦିଆଯାଇଛି। ରିପୋର୍ଟ ଅନୁସାରେ ତାଙ୍କ ଅନ୍ତିମ ସଂସ୍କାରରେ ପାଖାପାଖି ୭ହଜର ଲୋକେ ଅଂଶଗ୍ରହଣ କରିଥିଲେ।

ନାସିର ଅଲ ଭଦଈଙ୍କ ଜନ୍ମ ସେତେବେଳେ ହୋଇଥିଲା ଯେତେବେଳେ ସାଉଦୀ ଆରବର ଏକୀକରଣ ମଧ୍ୟ ହୋଇନଥିଲା, ଅର୍ଥାତ ଉନବିଂଶ ଶତାବ୍ଦୀ ଶେଷରେ ସେ ଜନ୍ମ ହୋଇଥିଲେ। ସେ କିଙ୍ଗ ଅବଦୁଲ ଅଜିଜଙ୍କଠାରୁ ଆରମ୍ଭ କରି ଏବେକା ବାଦଶାହ ସଲମାନଙ୍କ ଶାସନକାଳ ଦେଖିଛନ୍ତି। ତାଙ୍କ ଜୀବନ ସାଉଦୀ ଆରବର ପ୍ରାଚୀନ ସମାଜରୁ ଆଧୁନିକ ରାଷ୍ଟ୍ର ନିର୍ମାଣର ଜୀବନ୍ତ ପ୍ରମାଣ ଥିଲା। ସେ ସାଉଦୀ ଆରବର ରାଜନୈତିକ, ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଲୋକେ ତାଙ୍କୁ ସେହି ପିଢୀର ଶେଷ ସଦସ୍ୟ ମନେ କରନ୍ତି ଯିଏ ଦେଶରୁ ପ୍ରାଚୀନ ସମୟରୁ ଆଧୁନିକତାରେ ବଦଳୁଥିବାର ଦେଖିଛନ୍ତି।

ପରିବାର ସଦସ୍ୟଙ୍କ ଅନୁସାରେ ନାସିର ଅଲ-ଭଦଈ ଜଣେ ସାଧାସିଧା ସରଳ ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନରେ ୪୦ରୁ ଅଧିକବାର ହଜ କରିଛନ୍ତି। ତାଙ୍କ ଜୀବନ ବିଶ୍ୱାସ, ଧୈର୍ଯ୍ୟ ଓ ଉପାସନାର ଏକ ଉଦାହରଣ ଥିଲା। ତେବେ ସବୁଠୁ ଯାହା ଖାସ କଥା ସେ ୧୧୦ ବର୍ଷ ବୟସରେ ଶେଷ ବିବାହ କରିଥିଲେ। ଏହି ବିବାହରୁ ସେ ଏକ ଝିଅର ପିତା ମଧ୍ୟ ହୋଇଥିଲେ। ତାଙ୍କ ମୋଟ ୧୩୪ ଜଣ ପିଲାପିଲି ଓ ସନ୍ତାନସନ୍ତତି ଅଛନ୍ତି। ତାଙ୍କ ପରଲୋକ ଖବର ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେଉଛି। ଲୋକେ ତାଙ୍କୁ ଦୀର୍ଘାୟୁ, ଦୃଢ ଆସ୍ଥା ଓ ଧୈର୍ଯ୍ୟର ପ୍ରତୀକ ଥିଲେ ବୋଲି ଉଲ୍ଲେଖ କରୁଛନ୍ତି।

କେତେକ ୟୁଜର ନାସିଲ ଅଲ ଭଦଈଙ୍କୁ କେବଳ ଜଣେ ବ୍ୟକ୍ତି ନୁହନ୍ତି ବରଂ ସାଉଦୀ ଆରବର ଇତିହାସ ଥିଲେ ବୋଲି ଉଲ୍ଲେଖ କରୁଛନ୍ତି। ଆଜିର ସମୟରେ ତାଙ୍କର କାହାଣୀ ଏବେ ପ୍ରେରଣା ପାଲଟିଛି। ବୟସ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ ତେବେ ଏକ ଭଲ ଜୀବନ ଅତିବାହିତ କରିବା ଓ ଆସ୍ଥାରେ କାୟମ ରହିବା ସବୁଠୁ ବଡ଼ କଥା ବୋଲି ଲୋକେ କହୁଛନ୍ତି। ଏହି ଘଟଣା ଏବେ ବିଶ୍ୱର ଚର୍ଚ୍ଚିତ ବିଷୟ ପାଲଟିଛି। ଏଥିରେ ତାଙ୍କ ଆୟୁକୁ ନେଇ କିଛି ପ୍ରଶ୍ନ ମଧ୍ୟ ଉଠୁଛି। କାରଣ ପ୍ରାଚୀନ କାଳରେ ଜନ୍ମ ପ୍ରମାଣପତ୍ର ନଥିଲା। ତେବେ ସ୍ଥାନୀୟ ମିଡିଆ ଓ ପରିବାର ଲୋକେ ତାଙ୍କ ବୟସ ୧୪୨ ବର୍ଷ ବୋଲି କହିଛନ୍ତି।