ଭୁବନେଶ୍ବର ୧୦।୮: ରେଳ ବିକାଶ ପାଇଁ ଓଡିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ । କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ ଆଦି ଅଞ୍ଚଳ ଲାଭବାନ୍ ହେବ । ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ନିଜ ଆଡୁ ନିମନ୍ତ୍ରଣ କରି ଓଡ଼ିଶା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତି ଜିଲ୍ଲାକୁ କିପରି ରେଳ ସଂଯୋଗୀକରଣ ହେବ ଏବଂ ରେଳ କରିଡର କଥା ଆଲୋଚନା କରିଥିଲି । ଆଶା କରୁଛି ଖୁବ୍ଶୀଘ୍ର ତାହା ପୂରଣ ହେବ ।
ପ୍ରକଳ୍ପ ଗୁଡିକ ଅନୁମୋଦନ ପାଇବା ପରେ ବି ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ପାଇଁ କାମ ବିଳମ୍ବ ହୁଏ । ମୋ ସରକାର କିନ୍ତୁ ଏ ଦିଗରେ ସମସ୍ତ ସହଯୋଗ କରିବେ । ମୁଁ ନିଜେ ଏହାର ତଦାରଖ କରିବି । ପ୍ରକଳ୍ପ ନିଦ୍ଧିଷ୍ଟ ସମୟରେ ସାରିବାକୁ ମୋ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ବାଲିଗୁଡାରେ ବ୍ରାଉନସୁଗାର ବ୍ୟବସାୟୀ ଗିରଫ, ୬.୨୦ ଗ୍ରାମ ଧଳାଜହର ସହ ନଗଦ ଟଙ୍କା ଜବତ