ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା

Published By : Prameya-News7 Bureau | June 13, 2024 IST

ଭୁବନେଶ୍ବର ୧୩।୬: ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରୁଛନ୍ତି । ରାଜ୍ୟ ଅତିଥି ଭବନରେ ପହଞ୍ଚିଲେ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ । ପରେ ଅନ୍ୟ ବିଭାଗର ସଚିବଙ୍କୁ ମଧ୍ୟ ଡାକିପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତାମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । 

ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ମୋହନ ଚରଣ ମାଝୀ । ଏଥିସହ ସରକାରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ବାର ମଧ୍ୟ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ବୁଧବାର ପୁରୀ ଗସ୍ତରେ ଆସି ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ରାତ୍ରୀଯାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଗୁରୁବାର ସକାଳୁ ସକାଳୁ ନିଜ ମନ୍ତ୍ରୀମଣ୍ଡଳ ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କୌଳିକ ପଣ୍ଡା ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ‌ । ପରେ ଶ୍ରୀମନ୍ଦିର ଭିତରକୁ ତାଙ୍କୁ ପାଛୋଟି ନେଇଥିଲେ ସେବାୟତ । ପ୍ରଥମେ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଦର୍ଶନ କରିବା ସମୟରେ ବେଶ୍ ଭାବବିହ୍ୱଳ ହୋଇ ପଡିଥିଲେ ମୁଖ୍ୟମନ୍ତ୍ରୀ ।

You Can Read :

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ନବୀନ ପଟ୍ଟନାୟକଙ୍କୁ ଭେଟିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.