କାଶୀପୁର ଅଜଣା ରୋଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, କାରଣ ଖୋଜିବା ସହ ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | June 15, 2024 IST

ରାୟଗଡା ୧୫।୬: ରାୟଗଡା କାଶୀପୁର ଅଜଣା ରୋଗ ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣା ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ଏବଂ RMRCକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବା ସହ ରୋଗ କିଭଳି ନିୟନ୍ତ୍ରଣ ହେବ, ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଏହାସହ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଏବଂ ପାନୀୟ ଜଳ ବ୍ୟବସ୍ଥା କରିବାକୁ ମଧ୍ୟ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟଗଡାରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

You Can Read :

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.