ଭବାନୀପାଟଣା ୩୦।୩ : ପୂରଣ ହେବ ପକ୍କାଘର ଆଶା । ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପାଇଁ ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି ଟଙ୍କା । ଭିନ୍ନକ୍ଷମ-ବିଧବା, ରୋଗାକ୍ରାନ୍ତଙ୍କୁ ଅଗ୍ରାଧିକାର ଦିଆଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟମା ରିସିଗାଁ ଶ୍ରୀକୃଷ୍ଣନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି l ଏହି ଯୋଜନା ଅଧିନରେ ରାଜ୍ୟର ପ୍ରାୟ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯିବ l ଏହି ଯୋଜନାରେ ଉପକୃତ ହେବେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ଏବଂ ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର । ଅନ୍ତ୍ୟୋଦୟ ଯୋଜନା ଲାଗି ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି ଟଙ୍କା ।
ଏହାସହ ୬ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ l କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ସହର ସମେତ ସଭାସ୍ଥଳରେ ୧୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l
You Can Read:
ଟ୍ରାକ୍ରୁ ଖସିଲା କାମାକ୍ଷା ଏକ୍ସପ୍ରେସ୍ର ୮ ବଗି : ଜଣଙ୍କର ମୃତ୍ୟୁ ସୂଚନା