ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 09, 2025 IST

ଭୁବନେଶ୍ବର ୯/୦୩:  ଆଉ ନାହାନ୍ତି ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପ୍ରଶାସକ ଥିଲେ । ରାଜ୍ୟର ଓ ବାଲେଶ୍ବର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି । ରାଜ୍ୟ ଜଣେ ଅମାୟିକ ଜନ ସେବକକଙ୍କୁ ହରାଇଲା । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 


ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଅନନ୍ତ ଦାସ ।ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ସେ ।  ରବିବାର ଭୋର ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଶୋକରେ ବୁଡାଇ ଦେଇଛି । 


୧୯୪୦, ଅଗଷ୍ଟ ୨୮ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବଲିମ ପଞ୍ଚାୟତ କୁରୁଠିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଦାସ । ପାଟପଢା ଶେଷ ପରେ ସେ ଭଦ୍ରକରେ ଏଡିଏମ୍‌ ଭାବରେ କାର୍ଯ୍ୟକରି ଅବସର ନେଇଥିଲେ ।ଏହା ପରେ ଅନନ୍ତଙ୍କର ରାଜନୀତିରେ ଏଣ୍ଟ୍ରି ହୋଇଥିଲା । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ  ୪ ଥର ବିଜୁ ଜନତା ଦଳରୁ ବିଧାୟକ ଥିଲେ ଏହି ବରିଷ୍ଠ ରାଜନେତା । ୨୦୧୪ରେ ନବୀନ ସରକାରରେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଭାବେ ସୁଚାରୁ ରୂପରେ ଦାୟିତ୍ବ ତୁଲାଇଛନ୍ତି ସେ  । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.