ମେଢ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନା ମାଝୀ, ସାଧାରଣ ଲୋକଙ୍କ ସହ କରିବେ ମା'ଙ୍କ ଦର୍ଶନ

Published By : Prameya-News7 Bureau | October 10, 2024 IST

ଭୁବନେଶ୍ୱର ୧୦/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲିବେ ଭୁବନେଶ୍ୱର ଓ କଟକର ବିଭିନ୍ନ ପୂଜା ମଣ୍ଡପ । ମୁଖ୍ୟମନ୍ତ୍ରୀ ତାଙ୍କ ଆଡୁ କହିଥିଲେ ବୁଲିବା ପାଇଁ, ଯେତେତୁ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ତେଣୁ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ । ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ । ତାସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ । 

ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ମହାଷ୍ଟମୀରେ ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ସେହିପରି ନବମୀ ୧୨ ତାରିଖ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ । ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ . 

ସେପଟେ ପୂଜାକୁ ନେଇ ମା'ଙ୍କୁ ନେଇ ରାଜନୀତି କରାନଯାଉ । ମୁଖ୍ୟମନ୍ତ୍ରୀ ବୁଲିବେ ବିଜେଡି ନେତା ବୁଲନ୍ତୁ କଂଗ୍ରେସ ନେତା ମଧ୍ୟ ବୁଲନ୍ତୁ । ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମେ ଚିନ୍ତା କରିବା ରାଜନୀତି ଏମିତି କରିବା ଠିକ ନୁହେଁ । 

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.