ମହାରାଷ୍ଟ୍ର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୂଆ ସରକାରର ଶପଥ ଉତ୍ସବରେ ହେବେ ସାମିଲ

Published By : Prameya-News7 Bureau | December 05, 2024 IST

ଭୁବନେଶ୍ୱର ୦୫।୧୨ : ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଗୁରୁବାର ଦିନ ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ  ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । 

ଖବର ଅନୁଯାୟୀ, ଗୁରୁବାରଠୁ ମହାରାଷ୍ଟ୍ରରେ ଆରମ୍ଭ ହେବେ ଦେବେନ୍ଦ୍ର ଫଡନବୀସ୍‌ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଫଡନବୀସ୍‌ ଶପଥ ନେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାଓ୍ୱାର ଶପଥ ନେବେ । ରାଜ୍ୟରେ ୨ୟ ଥର ପାଇଁ ମହାୟୁତି ମେଣ୍ଟ ସରକାର ଗଠନ କରିବ । ଏହି ଅବସରରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ହୋଇଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମାରୋହରେ ସାମିଲ ହେବେ । ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.