ରାଉରକେଲାରେ ନବୀନଙ୍କ ପ୍ରଚାର, ‘ବିଜେଡି ସରକାର ମାଗଣାରେ ବିଜୁଳି ଦେବେ.. ଆପଣମାନେ ଖୁସି ତ..

Published By : Prameya-News7 Bureau | May 15, 2024 IST

ରାଉରକେଲା ୧୫।୫: ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ । ରାଉରକେଲାରେ ପହଞ୍ଚିବା ପରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏତେ ଖରାରେ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ । ଏହି ଜନସଭାକୁ ସମ୍ବୋଧନ କରି ନବୀନ ସରକାରୀ ଯୋଜନା ବିଷୟରେ ପଚାରି ବୁଝିଥିଲେ । BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିଜେଡି ସରକାର ମାଗଣା ବିଜୁଳି ଦେବେ । ଆପଣମାନେ ଖୁସି ତ.. ବୋଲି ନବୀନ ପଚାରିଥିଲେ ।

ବିରୋଧୀ ଦଳ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ନବୀନ ଅପିଲ କରିଥିଲେ ।

You Can Read :

ବିଜେପି ବିଧାୟକ ପ୍ରାର୍ଥୀ ସୀତାଂଶୁଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଅମୃତା, ଘର ଘର ବୁଲି ସ୍ବାମୀଙ୍କ ପାଇଁ ମାଗୁଛନ୍ତି ଭୋଟ୍‌

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.