ବିଦ୍ୟୁତ ଦର ଯୋଗୁଁ ବନ୍ଦ ହୋଇନଥିଲା ଶୀତଳଭଣ୍ଡାର, ସଂସ୍ଥା ଏହାକୁ ବନ୍ଧକ ରଖିବାରୁ ବନ୍ଦ ରହିଲା

Published By : Prameya-News7 Bureau | December 11, 2024 IST

ଭୁବନେଶ୍ବର ୧୧।୧୨: ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡିଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ, ବିଦ୍ୟୁତ ଦର ଯୋଗୁଁ ଏହା ବନ୍ଦ ହୋଇ ନଥିଲା । ଅର୍ଥତତ୍ତ୍ବ ପରି ଚିଟ୍‌ଫଣ୍ଡ ସଂସ୍ଥାକୁ ତାହା ଦିଆଗଲା । ସେମାନେ ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ରହିଲା । ବିକଳ୍ପ ଚାଷ ବିବିଧିକରଣ କରିବାକୁ ବିଚାର କରାଯିବ । ଯେଉଁ ୫୮ ଶୀତଳ ଭଣ୍ଡାର ନିର୍ମାଣ ହେବ, ଏହା ପିପିପି ମୋଡ଼ରେ ହାଇବ୍ରିଡ଼ ଢାଞ୍ଚାରେ ନିର୍ମାଣ ହେବ । ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।

You Can Read:

ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ୬୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର, ଡାଇବେଟିସ୍ ଆଳୁ ଉତ୍ପାଦନ ନେଇ ପ୍ରସ୍ତାବ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.