ବିନିକା ୨୮/୧୧: ଚଳିତ ବର୍ଷ ବିଳମ୍ୱରେ ଶୀତ ଆସିଥିଲେ ମଧ୍ୟ ଘନ କୁହୁଡ଼ି ସହ ଶିତର ଲହରୀ ଦେଖାଦେଇଛି l ସୁବର୍ଣ୍ଣପୁର ଜିଲ୍ଲାରେ ଗତ କିଛି ଦିନ ହେବ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ପଡୁ ଥିବାରୁ ଯାତାୟତ କରୁଥିବା ଯାନବାହାନ ଚଳାଚଳରେ ବାଧା ହେବା ସହ ଲାଇଟ ଜାଳି ଯାତାୟତ କରୁଛନ୍ତି । ସନ୍ଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହୁଛି ।
ଘନ ଘନ କୁହୁଡିର ଆସ୍ତରଣରେ ଦିନ ୯ଟା ପର୍ଯ୍ୟନ୍ତ ଢାଙ୍କି ରହୁଛି । ସକାଳୁ ସକାଳୁ ଲୋକେ ଶୀତର ମଜା ନେବା ପାଈଁ ମର୍ଣୀଙ୍ଗ ୱାକ କରୁଛନ୍ତି । ସକାଳୁ ସକାଳୁ ଲୋକେ ଗରମ ଗରମ ଜିନିଷ ଖାଇବା ସହ ଚା ଦୋକାନ ଗୁଡ଼ିକରେ ଭିଡ଼ ଲାଗୁଛି । ଶୀତର ବର୍ତ୍ତିବା ପାଇଁ ଲୋକେ ଶୀତବସ୍ତ୍ର ପରିଧାନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ବର୍ତୁଛନ୍ତି ।
ଶୀତ ପାଇଁ ସଂଧ୍ୟା ସମୟରେ ଲୋକେ ଘରୁ ଆସୁନଥିବାରୁ ଦୋକାନ ବଜାର ବିକ୍ରି ଉପରେ ପ୍ରଭାବ ପକାଇବା ସହ ସକାଳ ସମୟର ଦୋକାନ ଖୋଲିବାର ବିଳମ୍ବ ହେଉଥିବା କହିଛନ୍ତି ବ୍ୟବସାୟୀ । ଏ ବର୍ଷ କିନ୍ତୁ ଶୀତ ପାଇଁ ପୁର୍ବ ବର୍ଷ ଅପେକ୍ଷା କମ୍ବଳ ବ୍ୟବସାୟ ଅଧିକ ହେଉଥିବା ବାହାର ରାଜ୍ୟରୁ ଆସିଥିବା ବୁଲା ବ୍ୟବସାୟୀ ମାନେ କହୁଛନ୍ତି l ଶୀତ ଅଧିକ ହେଉଥିବାରୁ କମ୍ବଳ ବ୍ୟବସାୟ ଅଧିକ ହେଉଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଖୁସି ଥିବା କହିଛନ୍ତି l