ସାଲେପୁର ୧୧।୭: ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଖରାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଖରାଖିଆ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବୋଲେରୋଟି କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ପଟୁ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଉଥିବା ସୂଚନା ମିଳିଛି । ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ସେମାନଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୋଲେରୋ ଓ ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।
You Can Read: