କଟକ ୮।୬: କଟକ ପ୍ରତାପନଗରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୋ ବସ୍-ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ମୋ ବସ୍କୁ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣା ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ଵର ପଟୁ ଆସୁଥିବା ବେଳେ ମୋ ବସ୍କୁ ପଛ ପଟରୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣା ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଉଛି । ଦୁର୍ଘଟଣାରେ ବସ୍ଟିର ପଛପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍ଥାନୀୟଲୋକ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ବସ୍-ଟ୍ରକ୍କୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
You Can Read :
ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ, ଦିଲ୍ଲୀରେ ଦଳୀୟ ନେତାଙ୍କ ସହ ଆଲୋଚନା