ଚାକିରି ଦେବା ନାଁରେ ଠକେଇ, ସଂସ୍ଥାର ମୁଖ୍ୟ ଓ ମ୍ୟାନେଜର ଗିରଫ

Published By : Prameya-News7 Bureau | September 14, 2024 IST

ଜଗତସିଂହପୁର ୧୪।୯: ଚାକିରି ଦେବା ନାଁରେ ଠକେଇ । ସଂସ୍ଥାର ମୁଖ୍ୟ ଓ ମ୍ୟାନେଜର ଗିରଫ ପରେ କୋର୍ଟ ଚାଲାଣ । ଜଗତସିଂହପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁରରେ ଲକ୍ଷ୍ମୀ ନାରାୟଣ ଇଣ୍ଟରପ୍ରାଇଜେସ୍ ନାମରେ ଏକ ମାର୍କେଟିଂ ସଂସ୍ଥା ଖୋଲିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଅନୁସୂଚିତ ଯୁବକ, ଯୁବତୀଙ୍କୁ ଆଣି ଚାକିରି ଦେବା ନାଁରେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରି ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ଜଗତସିଂହପୁର ପୋଲିସ ସଂସ୍ଥାର ମୁଖ୍ୟ କୁଞ୍ଜକୋଠି ଗାଁର ମଦନ ଘଡେଇ ଓ ମ୍ୟାନେଜର ଆଶୁତୋଷ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇ ଯୁବକ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମାର୍କେଟିଂ ତାଲିମ ଦେବା ପରେ ବଡ଼ ବଡ଼ ସଂସ୍ଥାରେ ଚାକିରି ଦେବାର ଲୋଭ ଦେଖାଇ ସେମାନଙ୍କୁ ଜଗତସିଂହପୁର ଆଣିବା ସହ ନାମକୁ ମାତ୍ର ତାଲିମ ଦେବା ସହ ସେମାନଙ୍କ ଠାରୁ ଆର୍ଥିକ ଶୋଷଣ କରି ଆସୁଥିଲେ । ଏହି ଘଟଣାକୁ ନେଇ ଉକ୍ତ ସଂସ୍ଥା ଦୀର୍ଘ କିଛି ଦିନ ହେଲା ପୋଲିସ ସ୍କାନରରେ ରହିଥିବା ବେଳେ ସାଧାରଣ ଲୋକଙ୍କ ଭିତରେ ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ଗତ ଦୁଇ ଦିନ ପୂର୍ବେ ଉକ୍ତ ସଂସ୍ଥାର ହଷ୍ଟେଲରେ ଥିବା ଜଣେ ଅନ୍ତେବାସୀ ଯୁବତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ କିଛି ଅନ୍ତେବାସୀ ସେମାନଙ୍କୁ ଶୋଷଣ କରାଯାଉଥିବା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଭିନ୍ନ ଭିନ୍ନ ଅଭିଯୋଗକୁ ଆଧାର କରି ଜଗତସିଂହପୁର ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

You Can Read:

ଦ୍ଵାରଶୁଣି ଘାଟିରେ ଧସିଲା ମାଟି ଅତଡ଼ା, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.