ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ, ନାରୀ ନିର୍ଯାତନାକୁ ଅସ୍ତ୍ର କରିବ ଦଳ

Published By : Prameya-News7 Bureau | March 12, 2025 IST

ଭୁବନେଶ୍ବର ମାର୍ଚ୍ଚ ୨୭ରେ ବିଧାନସଭା ଘେରିବ କଂଗ୍ରେସ । ନାରୀ  ନିର୍ଯାତନାକୁ ଅସ୍ତ୍ର କରିବ ଦଳ । ଆଜି କଂଗ୍ରେସ ଭବନରେ ହୋଇଥିବା ୮୨ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ବ୍ରେନ୍‌ ଷ୍ଟର୍ମିଂ ସେସନରେ ପ୍ରସ୍ତୁତ ହୋଇଛି ରଣନୀତି । ଏହି ବୈଠକରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, AICC ସମ୍ପାଦିକା ରୋଜାଲିନ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଓଡ଼ିଶାରେ ତୃଣମୂଳ ସ୍ତରରେ କିଭଳି କଂଗ୍ରେସ କର୍ମୀଙ୍କୁ ଅଧିକ କ୍ରିୟାଶୀଳ କରାଯିବ, ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ମଧ୍ୟ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ୍‌ ।  ସେହିଭଳି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ହୋଇଥିବା ଆକ୍ସନ ପ୍ରସଙ୍ଗରେ ମଧ୍ୟ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ ।

ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର କୌଣସି ପଦକ୍ଷପ ନେଇନାହାନ୍ତି । ଏପରିକି ମହିଳା ସୁରକ୍ଷା ପାଇଁ ସରକାର କୌଣସି ଟୋଲ ଫ୍ରି ନମ୍ବର ବି ଜାରି କରି ନାହାନ୍ତି ।  ରାଜ୍ୟରେ ବେଆଇନ ଖଣି ଖାଦାନ ଖନନ କରାଯାଉଛି । ଏହାକୁ ରୋକିବା ଲାଗି ସରକାର କୌଣସି ପଦକ୍ଷପ ନେଉନାହାନ୍ତି । ରାଜ୍ୟକୁ ଭାଗ ଭାଗ କରିବାକୁ ପ୍ରୟାସ କରୁଛନ୍ତି ଶାସକ ଦଳର ସଦସ୍ୟ । ଏସବୁ ପ୍ରସଙ୍ଗକୁ ଅସ୍ତ୍ର କରି ଆନ୍ଦୋଳନକୁ ବ୍ୟାପକ କରିବ କଂଗ୍ରେସ । ରାଜ୍ୟ ସରକାର କଂଗ୍ରେସର ସ୍ବରକୁ ଚାପି ପାରିବେ ନାହିଁ । ଏଭଳି କିଛି ରଣ ହୁଙ୍କାର ଦେଇଛନ୍ତି ଦଳୀୟ ନେତା ।

ରାଜ୍ୟ କଂଗ୍ରେସର ଆଜିର ବୈଠକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ତାରା ବାହିନୀପତି, ସୋଫିଆ ଫିର୍ଦୋଶ,  ମଙ୍ଗୁ ଖିଲଙ୍କ ଭଳି ବହୁ ବରିଷ୍ଠ ନେତା ମାନସ ମନ୍ଥନରେ ସାମିଲ ହୋଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।  

You Can Read:

ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ଟ୍ରାଫିକ୍ ସମସ୍ୟା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.