ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍, କହିଲେ- ଯାହା ଦଣ୍ଡ ଦେବେ ମୁଁ ରାଜି

Published By : Prameya-News7 Bureau | April 03, 2024 IST

ଭୁବନେଶ୍ବର ୩।୪: ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ କରିଛି କଂଗ୍ରେସ l ସୁର କହିଛନ୍ତି, ମୁଁ କଂଗ୍ରେସ ଲୋକ । କଂଗ୍ରେସରେ ମାରିବି । ତା ପ୍ରଚାରକୁ ଯିବିନି । କି ସିମ୍ବଲ ଧରିନି । ସେ ମୋ ପୁଅ । ମୁଁ ରାଜନୀତି ଭାଷଣ ଦେଇନି । ଯାହା ଦଣ୍ଡ ଦେବେ ମୁଁ ରାଜି । 

ଭୁବନେଶ୍ୱର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ସେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ଏଥିସହ ବିଜେଡି ପାଇଁ ପ୍ରଚାର କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ବିଧାନସଭା ଓ ଲୋକସଭାରେ ଶଙ୍ଖ ଚିହ୍ନକୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିବେ ବୋଲି କହିଥିଲେ ସୁର ରାଉତରାୟ ।

You Can Read :

ନବଜାତ ଶିଶୁର କ୍ଷତବିକ୍ଷତ ମୃତଦେହ ଠାବ, ଝୁଣି ଖାଇଲା କୁକୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.