ଭୁବନେଶ୍ବର ୨।୬: ଏଗ୍ଜିଟ୍ ପୋଲ୍ର ଆକଳନକୁ ନେଇ ସବୁଠି ଚର୍ଚ୍ଚା । ଏଗ୍ଜିଟ୍ ପୋଲରେ ଏନଡିଏ ମେଣ୍ଟକୁ ବହୁମତ ମିଳୁଥିବା ଦର୍ଶାଯାଇଛି । ପ୍ରକାଶ ପାଇଥିବା ପ୍ରାୟ ସମସ୍ତ ଏଗ୍ଜିଟ୍ ପୋଲରେ ଏନଡିଏ ସରକାର ଗଢୁଥିବା ଦର୍ଶାଇଛନ୍ତି । ଏହି ଚର୍ଚ୍ଚା ଭିତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ୯ରୁ ୯୦ ନ ହୋଇପାରେ । କୋରାପୁଟ ସାଂସଦ ଆମର ନିଶ୍ଚିତ ଜିତିବେ । ଏଗ୍ଜିଟ୍ ପୋଲ୍ରେ ବିଜେଡ଼ି ତା କଥା କହୁଛି ବିଜେପି ତା କଥା କହୁଛି । କିନ୍ତୁ କଂଗ୍ରେସ କମଜୋର ହୋଇନି । ୨୦୧୯ ଅପେକ୍ଷା ଏଥର ଆମେ ବହୁତ ଭଲ କରିବୁ । ସରକାରୀ କଳ ବାହୁବଳର ବ୍ୟବହାର ବହୁଳ ହୋଇଛି । କେନ୍ଦ୍ରରେ ୨୯୦-୨୯୫ ଓ ଓଡ଼ିଶାରେ ୪ରୁ ୫ ଆସନ ପାଇବ କଂଗ୍ରେସ । ଆଉ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢ଼ିବ । ଟାଉନ ଭୋଟ୍ ବିଜେପିକୁ ଓ ଗ୍ରାମାଞ୍ଚଳ ଭୋଟ୍ ବିଜେଡ଼ି ଓ କଂଗ୍ରେସକୁ ଆସୁଛି ବୋଲି ତାରା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୬ଟି ସଂସ୍ଥାର ଏଗ୍ଜିଟ୍ ପୋଲ୍ରେ ଏନ୍ଡିଏକୁ ୩୫୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଇଣ୍ଡିଆ ଟିଭି କହିଛି ଯେ, ଏନ୍ଡିଏ ୩୭୧ରୁ ୪୦୦ ଆସନ ଜିତିବ । ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟକୁ ୧୦୯ରୁ ୧୩୯ ଆସନ ମିଳିବାର ସମ୍ଭାବନା ରହିଛି । ସାମ୍-ଜନ୍ କି ବାତର ଆକଳନ ଅନୁସାରେ ଏନ୍ଡିଏ ୩୭୭, ଇଣ୍ଡି ମେଣ୍ଟ ୧୫୧ ଏବଂ ଅନ୍ୟାନ୍ୟ ଦଳ ୧୫ ଆସନ ପାଇବେ । ଇଣ୍ଡିଆ ନ୍ୟୁଜ-ପୋଲଷ୍ଟ୍ରେଟ ଆକଳନ କହିଛି ଏନ୍ଡିଏ ୩୭୧, ଇଣ୍ଡି ୧୨୫ ଓ ଅନ୍ୟାନ୍ୟ ଦଳକୁ ୪୭ ଆସନ ମିଳିବ । ରିପବ୍ଲିକ ଭାରତ-ମ୍ୟାଟ୍ରିଜ ଆକଳନ କରିଛି କି ଏନ୍ଡିଏ ୩୬୧, ଇଣ୍ଡି ମେଣ୍ଟ ୧୨୬ ଓ ଅନ୍ୟାନ୍ୟ ୫୬ ଆସନ ହାତେଇବେ । ରିପବ୍ଲିକ ଟିଭି-ପିମାର୍କ ଆକଳନ ଅନୁସାରେ ଏନ୍ଡିଏ ୩୫୯, ଇଣ୍ଡି ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ହାତକୁ ୩୦ଟି ଆସନ ଯିବ । ଇଣ୍ଡିଆ ନ୍ୟୁଜ-ଡି ଡାଇନାମିକ୍ସ ଆକଳନ କରିଛି ଏନ୍ଡିଏ ୩୭୧, ଇଣ୍ଡି ମେଣ୍ଟ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ ଆସନ ପାଇବେ । ନ୍ୟୁଜ ନେସନ କରିଥିବା ଏଗଜିଟ୍ ପୋଲ ଅନୁସାରେ ଏନ୍ଡିଏକୁ ୩୬୦, ଇଣ୍ଡି ମେଣ୍ଟକୁ ୧୬୧ ଓ ଅନ୍ୟ ଦଳ ୨୨ ଆସନ ପାଇବାର ସମ୍ଭାବନା ରହିଛି । ସେହିଭଳି ପୋଲ୍ ଅଫ୍ ପୋଲ୍ସ ଆକଳନ ଅନୁସାରେ ଏନଡିଏ ୩୬୭ ଆସନ ପାଇବାକୁ ଥିବାବେଳେ ଇଣ୍ଡି ମେଣ୍ଟ ୧୪୦ ଏବଂ ଅନ୍ୟାନ୍ୟ ଦଳ ୩୬ଟି ଆସନରେ ବିଜୟୀ ହେବେ ।
ସେପଟେ ଜନ୍ କି ବାତ୍ ର ଆକଳନ ଅନୁସାରେ ଓଡିଶାରେ ବିଜେପିକୁ ୧୫ରୁ ୧୮ ଏମ୍ପି ସିଟ୍, ବିଜେଡି ୩-୭, କଂଗ୍ରେସ ୧ଟି ଆସନ ପାଇବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟିଭି ଆକଳନ କରିଛି ବିଜେପି ୧୫-୧୭, ବିଜେଡି ୪-୬, କଂଗ୍ରେସକୁ ୧ଟି ଆସନ ଯାଉଛି । ସି-ଭୋଟର ଅନଯାୟୀ, ବିଜେପିକୁ ୧୭ରୁ ୧୯ ଆସନ, ବିଜେଡିକୁ ୧-୩, କଂଗ୍ରେସ ୧ଟି ଆସନ ପାଇବ । ଆଜତକ୍ ଅନୁସାରେ ବିଜେପିକୁ ୧୮ରୁ ୨୦, ବିଜେଡିକୁ ୨, କଂଗ୍ରେସ/ଜେଏମ୍ଏମ୍କୁ ୧ ଆସନ ଯିବ ।
You Can Read :
ବିଧାନସଭାରେ ବହୁମତ ସହ ସରକାର ଗଢିବ ବିଜେଡି, ଲୋକସଭାରେ ବି ଭଲ ରେଜଲ୍ଟ : ପଦ୍ମନାଭ ବେହେରା