ରାଜ୍ୟରେ କମିବ ମହିଳା ନିର୍ଯାତନା, ପିସିସି ସଭାପତି ଗଠନ କଲେ ତଥ୍ୟ ଅନୁଧ୍ୟାନ କମିଟି

Published By : Prameya-News7 Bureau | February 27, 2025 IST

ଭୁବନେଶ୍ୱର ୨୭/୦୨: ବିଜେପି ଶାସନର ୮ ମାସ ମଧ୍ୟରେ ରାଜ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି । ବର୍ତ୍ତମାନ ବି ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଦେଖାଗଲେ ଦିନକୁ ପ୍ରାୟ ୭ ଜଣ ମହିଳା ଅତ୍ୟାଚାରର ଶିକାର ହେଉଛନ୍ତି । ଏହାଠୁ ବେଶୀ ହୃଦୟ ବିଦାରକ ଓ ଅସହ୍ୟ ବର୍ବୋରୋଚିତ କାମ ସ୍ଵାଧୀନ ଭାରତ ବର୍ଷରେ କଣ ହୋଇପାରେ । 

ଏଣୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଚିନ୍ତାକରି ପ୍ରତ୍ୟେକ ଘଟଣାର ତଦନ୍ତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଉକ୍ତ କମିଟିର ଅଧ୍ୟକ୍ଷ ଥିବା ବେଳେ ପୂର୍ବତନ ବିଧାୟକ ସୁଜିତ ପାଢ଼ୀ,ବିଧାୟକ ଶୋଫିଆ ଫିର୍ଦୋଷ,ବିଧାୟକ ସତ୍ୟଜିତ ଗମାଙ୍ଗ,ଏଆଇସିସି ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା,କଂଗ୍ରେସ ନେତା ମାନସ ମଲ୍ଲିକ ଓ ଲିପିକା ମାଝୀ ପ୍ରମୁଖ ସଦସ୍ୟ ରହିଛନ୍ତି। 

ଉକ୍ତ କମିଟି ଖୁବଶିଘ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିବେ ଏବଂ ସବିଶେଷ ତଥ୍ୟ ପିସିସିକୁ ପ୍ରଦାନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଓପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.