ବିନିକା ୬।୧୨: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ସୁବର୍ଣ୍ଣପୁରରେ ଚାଷୀଙ୍କ ଦାବି ପରେ ଖୋଲିଲା କପା ମଣ୍ଡି । ଜିଲ୍ଲାପାଳ ଏହି ମଣ୍ଡିର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଚାଷୀ ଉଚିତ୍ ମୂଲ୍ୟ ପାଇପାରିବେ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣର ଅର୍ଥକାରୀ କପା ଚାଷ ହୋଇଛି । ହେଲେ ବିକ୍ରିବଟାର ଅବ୍ୟବସ୍ଥା ଯୋଗୁଁ ଚାଷି ପ୍ରତିବର୍ଷ କ୍ଷତି ସହୁଥିବା ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଆରମ୍ଭ କରାଯାଇଛି ।
କଲାପଥର ସ୍ଥିତ ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ୍ରେ ଆରମ୍ଭ ହୋଇଥିବା ଏହି ମଣ୍ଡିରେ ଭାରତୀୟ କପା ଆୟୋଗ (CCI) ସିଧାସଳଖ ଭାବେ ପଞ୍ଜୀକୃତ ଚାଷୀଙ୍କ ଠାରୁ କପା କିଣିବ । ଫଳରେ ଚାଷୀ ତାର ଉଚିତ୍ ମୂଲ୍ୟ ପାଇପାରିବେ ।
ଏହି କପା ମଣ୍ଡିକୁ ଜିଲ୍ଲାପାଳ ଅନ୍ୟା ଦାସ ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ସୁରୁଖୁରୁରେ କପା ମଣ୍ଡିରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ କପା ବିକ୍ରି କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
You Can Read:
ଯାତ୍ରା ପାର୍ଟିରେ ପରିବେଷଣ ହେଉଥିବା ଅଶ୍ଲୀଳ ନୃତ୍ୟ ବନ୍ଦ ହେବ, ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା