ବୁଧବାର ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ, ୩ଦିନରେ ୧୭ଟି କାର୍ଯ୍ୟଦିବସ

Published By : Prameya-News7 Bureau | January 07, 2025 IST

ଭୁବନେଶ୍ବର ୭/୧:  ବୁଧବାର ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ ତମ ସଂସ୍କରଣ । ୩ ଦିନରେ ରହିଛି ୧୭ଟି କାର୍ଯ୍ୟଦିବସ । ଯୁବ ସମାବେଶରୁ ଆରମ୍ଭ ହେବ ୩ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବାସୀ ମାନଙ୍କ ସହିତ ଘରୋଇ ହୋଟେଲରେ ଆଲୋଚନା ହେବ ।  

୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ଭାବରେ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟମାନେ  ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ ।ଏହା ପରେ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ ହେବ । ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରବାସୀ ଭାରତୀୟଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ । 

୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୩ ଦିନିଆ ସମ୍ମିଳନୀରେ ଓଡିଶା ଏବଂ ଦେଶ ବିକାଶ ରେ ଥିବା ବିଭିନ୍ନ ସମ୍ଭାବନା ବିଷୟ ରେ ପ୍ରବାସୀ ମାନଙ୍କ ସହ ଆଲୋଚନା ହେବ।  ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି ।


ଏହା ସହ ବିଭିନ୍ନ ପ୍ଲେନାରି ସେସନ ରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ପ୍ରବାସୀ ମାନଙ୍କ ସହ ଆଲୋଚନା କରିବେ।  ଏହି ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରଦର୍ଶନ କରିବା ସହ ପ୍ରତି ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ଶିଖ ଶେଖାୱାତ ନିର୍ଦ୍ଦିଷ୍ଟ ସେସନରେ ଯୋଗ ଦେଇ ପ୍ରବାସୀ ମାନଙ୍କ ସହ ଆଲୋଚନା କରିବେ ।

ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୨୧ରୁ ଅଧିକ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ମାନଙ୍କୁ ବୁଲାଇ ନେବା ପାଇଁ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।  ନୂଆ ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦ୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆ ଯାଉଛି । 

  • PravasiBharatiyaDivas2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.